scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ

23/08/2023 at 5:00 PM

ପଟାଙ୍ଗି ୨୩।୮: ଅଜଣା ଗାଡ଼ି ଧକ୍କାରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଟପଦା ନିକଟସ୍ଥ ଗେଲାଗୁଡା ଛକ ନିକଟରେ ଦୁର୍ଘଟଣା ଘଟିଛି । ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହଇଛି । ଯୁବକ ଜଣଙ୍କ କୋଟିଆ ପଞ୍ଚାୟତର ଉପର ଗଞ୍ଜେଇପଦର ଗ୍ରାମର ବୋଲି ଜଣାପଡ଼ିଛି । ଯୁବକ ଜଣଙ୍କ  ସାଣା ଗେମେଲଙ୍କ ପୁଅ ୨୫ ବର୍ଷ ବୟସ୍କ ବିଶ୍ଵନାଥ ଗେମେଲ ।

ସେ ଡିପ୍ଲୋମା ପଢିବା ନିମନ୍ତେ ନିଜର ଜାତି ଓ ଇନକମ୍ ପ୍ରମାଣ ପତ୍ର ଆବେଦନ କରିବା ପାଇଁ ପଟ୍ଟାଙ୍ଗି ଆସି ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ପଟ୍ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିବା ଗାଡ଼ିଟିକୁ ଚିହ୍ନଟ କରିବା ନିମନ୍ତେ ଯାଞ୍ଚ ଆରମ୍ଭ କରିଛି । ଘଟଣାସ୍ଥଳରେ ମୃତ ଯୁବକଙ୍କ ଗ୍ରାମବାସୀ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ଚିହ୍ନଟ ନ ହେବା ପର୍ଯ୍ୟନ୍ତ ମୃତଦେହଟିକୁ ନନେବାକୁ ଦାବି କରିଛନ୍ତି ।

   Related Posts