ରାସ୍ତାକଡରୁ ମହିଳାଙ୍କ ମୃତଦେହ ଠାବ, ମିଳିନି ପରିଚୟ : ହତ୍ୟା ସନ୍ଦେହ

Published By : Prameya-News7 Bureau | December 08, 2020 IST

ଉଦଳା ୮।୧୨: ରାଜ୍ୟ ରାଜପଥ ପାର୍ଶ୍ବରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ଉଦଳା-ବାରିପଦା ରାଜ୍ୟ ରାଜପଥର ପଥରା ଛକ ପୋଲ ନିକଟରେ ଜଣେ ଅଜଣା ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ଖୁଣ୍ଟା ଥାନାକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଠାବ କରିଛି ।

{"id":374387,"sizeSlug":"large"}

ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ରାସ୍ତା ପାର୍ଶ୍ବରେ ମହିଳାଙ୍କ ମୃତଦେହ କିଭଳି ଆସିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ । ଏହାସହ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ମହିଳାଙ୍କ ମୃତ୍ୟୁ ଅସ୍ବାଭାବିକ ନା ତାଙ୍କୁ କେହି ହତ୍ୟା କରିଛି ତାହା ଏବେ ବି ସନ୍ଦେହରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.