ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ
15/08/2020 at 4:09 PM

ଭଦ୍ରକ ୧୫।୮: ନଦୀରେ ଭାସୁଛି ଅଜଣା ମୃତଦେହ । ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା କୋଚିଳା ନଦୀର ରାମରାକୁଳ ନିକଟରେ ଭାସୁଥିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ । ଭାସୁଥିବା ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ତାଙ୍କୁ କେହି ହତ୍ୟା କରି ନଦୀରେ ଭସାଇ ଦେଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
Related Posts
ବିପଦ ସଂକେତ ଉପରେ ବଂଶଧାରା ନଦୀର ଜଳସ୍ତର, ଏକର ଏକର ଚାଷ ଜମି ଜଳମଗ୍ନ
15 August 2022
ତେଲେଙ୍ଗିରି ଡ୍ୟାମ୍ର ଜଳସ୍ତର ବୃଦ୍ଧି, ଖୋଲିଲା ଗୋଟିଏ ଗେଟ୍
15 August 2022
ନାଳରେ ଭାସିଗଲେ ବୃଦ୍ଧା, ଉଦ୍ଧାର ହେଲା ମୃତଦେହ
15 August 2022