ମହାନଦୀରେ ଭାସୁଛି ଅଜଣା ମୃତଦେହ, ଭୋଜି କରିବା ବେଳେ ଅଘଟଣ ଘଟିଥିବା ସନ୍ଦେହ

Published By : Prameya-News7 Bureau | January 10, 2022 IST

ସୋନପୁର ୧୦।୧: ମହାନଦୀରେ ଭାସୁଛି ଅଜଣା ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ମହାନଦୀରେ ମୃତଦେହ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ମହାନଦୀରେ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୋମବାର ସକାଳୁ ସ୍ଥାନୀୟ ପଡାର ଲୋକେ ସହରର ଯାତ୍ରୀନିବାସ ସମ୍ମୁଖରେ ଥିବା ପାଚେରୀ ଘାଟଠାରେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଏହି ଘାଟଠାରେ ବହୁ ଲୋକ ଜମା ହୋଇଥିବା ବେଳେ ପୋଲିସ କି ଦମକଳ ବାହିନୀ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । ରବିବାର ଛୁଟିଦିନ ଥିବାରୁ କେହି ମହାନଦୀ ଭିତରକୁ ଭୋଜି କରିବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.