ବିଲ ମଝିରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ଏବେବି ଅସ୍ପଷ୍ଟ

Published By : Prameya-News7 Bureau | October 18, 2021 IST

ଜଳେଶ୍ବର ୧୮।୧୦: ବିଲ ମଝିରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଜଳେଶ୍ବର ଥାନା ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣ ନାଥ ଟୋଲପ୍ଲାଜାର କିଛି ଦୂରରେ ରାସ୍ତା କଡ ବିଲ ମଝିରେ ପଡିଛି ମୃତଦେହ । ବ୍ୟକ୍ତି ଜଣଙ୍କ ଫୁଲ୍ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିଥିବା ବେଳେ ମୁହଁ ମାଡି ତଳେ ପଡିଛି ମୃତଦେହ ।

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ସମୟରେ ଜଳେଶ୍ବର ଥାନା ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା କିଛି ଦୂରରେ ଏକ ବିଲ ମଝିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଜଳେଶ୍ବର ଥାନାକୁ ଖବର ଦେଇଥିଲେ । ବ୍ୟକ୍ତି ଜଣଙ୍କ ଫୁଲ ପ୍ୟାଣ୍ଟ ଏବଂ ଟି-ସାର୍ଟ ପିନ୍ଧି ଥିଲା ବେଳେ ମୁହଁ ମାଡି ପଡିଥିବା ଦେଖିବାକୁ ମିଳିଛି । ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା ବେଳେ ତଦନ୍ତ ପରେ ଫିଟିବ ଗୁମର । ମୃତ ବ୍ୟକ୍ତି ଜଣଙ୍କ କିଏ ? ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.