କୁଆଖାଇ ନଦୀରେ ଭାସୁଛି ଅଜଣା ମୃତଦେହ, ଅନ୍ୟ ଅଞ୍ଚଳରୁ ଭାସିଆସିଥିବା ସନ୍ଦେହ

Published By : Prameya-News7 Bureau | September 18, 2021 IST

ବାଲିପାଟଣା ୧୮।୯: କୁଆଖାଇ ନଦୀରେ ଭାସୁଛି ଅଜଣା ମୃତଦେହ । ମୃତଦେହଟି ଜଣେ ଯୁବକଙ୍କର । ସେ ଏକ ବ୍ଲୁ ରଙ୍ଗର ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି । ଶନିବାର ମଧ୍ୟାହ୍ନରେ ବାଲିଅନ୍ତା ଥାନା ସତ୍ୟଭାମାପୁର କୁଆଖାଇ ନଦୀରେ ଏହି ମୃତଦେହଟି ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।

{"id":513546,"width":752,"height":435,"sizeSlug":"full","linkDestination":"none"}

ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମୃତଦେହଟି ଅନ୍ୟ ଅଞ୍ଚଳରୁ ଭାସି ଆସିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.