ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 31, 2021 IST

ବଡବିଲ ୩୧।୧୨: କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳ ୱାର୍ଡ ନଂ ୪ ଝୁମ୍ପୁଡ଼ି ହଟିଂ ଅଞ୍ଚଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା କିଛି ସ୍ପଷ୍ଟ ହୋଇପାରିନାହିଁ ।

ଶୁକ୍ରବାର ସକାଳେ ଝୁମ୍ପୁଡ଼ି ହଟିଂ ଅଞ୍ଚଳରେ ଥିବା ତାରିଣୀ ଷ୍ଟିଲ ନାମକ ଦୋକାନ ବାରଣ୍ଡାରେ ଜଣେ ଅଜ୍ଞାତ ଯୁବକଙ୍କ ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ମୃତକ ତଳେ ମୁହଁ ମାଡ଼ି ପଡ଼ିରହିଥିବା ଦେଖିବାକୁ ମିଳିଥିଲା । ଏନେଇ ଯୋଡ଼ା ପୋଲିସକୁ ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.