ବନ୍ଦ ଘର ବାଥରୁମ୍‌ରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | May 03, 2023 IST

ବଡବିଲ ୩।୫: କେନ୍ଦୁଝର ଯୋଡ଼ାରେ ଅଗ୍ରୱାଲ ମେନସନ୍ ଆପାର୍ଟମେଣ୍ଟର ବନ୍ଦ ଘର ବାଥରୁମରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି VKS ମାଇନିଂ ସର୍ଭିସ୍ କମ୍ପାନୀର ମାଲିକ ରୂପେଶ  ମହେନ୍ଦ୍ରନ୍ । ରୂପେଶଙ୍କ ନିଜ ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ । ତାଙ୍କ କମ୍ପାନୀ ଯୋଡ଼ା ଖଣି ଅଞ୍ଚଳରେ ରହି ବିଭିନ୍ନ ମାଇନିଂ କାର୍ଯ୍ୟ କରିଆସୁଥିଲା । ସେ  ଅଗ୍ରୱାଲ ମେନସନ୍ ଆପର୍ଟମେଣ୍ଟର ତୃତୀୟ ମହଲାରେ ଘର ନେଇ ରହିଆସୁଥିଲେ ।

{"id":781129,"sizeSlug":"large","linkDestination":"none"}

କମ୍ପାନୀର କର୍ମଚାରୀଙ୍କ କହିବା କଥା, ଗତ ରବିବାର ମାଲିକଙ୍କ ସହିତ ଯୋଗାଯୋଗ ହୋଇଥିଲା । କିନ୍ତୁ ଦୁଇ ଦିନ ହେଲା ତାଙ୍କୁ ଫୋନ୍ କଲ୍ ଓ ହ୍ବାଟ୍‌ସଆପ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ନା ସେ ଫୋନ୍ କଲ୍ ରିସିଭ୍ କରୁଥିଲେ ନା ହ୍ୱାଟ୍‌ସଆପ୍ ମେସେଜ ଦେଖୁଥିଲେ । ଏମିତିରେ ସନ୍ଦେହ ହେବାରୁ ବୁଧବାର ସେମାନେ  ଆସି ପ୍ରଥମେ କବାଟ ବାଡ଼େଇ ତାଙ୍କୁ ଡାକିଥିଲେ । ତେବେ ରୂପେଶ କୌଣସି ଉତ୍ତର ନ ଦେବାରୁ କବାଟ ତାଡ଼ି ଭିତରେ ପଶିଥିଲେ ଏବଂ ଦେଖିଥିଲେ ଯେ ବାଥରୁମ୍ ଭିତରେ ରୂପେଶଙ୍କ ମୃତଦେହ ପଡିଛି  । ସୂଚନା ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ କମ୍ପାନୀର କର୍ମଚାରୀଙ୍କୁ ପଚରା ଉଚରା କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ, କେଉଁ କାରଣରୁ ରୂପେଶଙ୍କ ମୃତ୍ୟୁ ଘଟିଲା ସେନେଇ ଛାନଭିନ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.