ସେମିଫାଇନାଲରେ ଫେଲ ମାରିଥିବା ରୋହିତ ଶର୍ମାଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣନ୍ତୁ ଏହି ୫ଟି କଥା…

Published By : Prameya-News7 Bureau | July 10, 2019 IST

ମୁମ୍ବାଇ୧୦|୭:  ଆଜି ବିଶ୍ବକପ ସେମି ଫାଇନାଲରେ ଓପନିଂ ବ୍ୟାଟ୍ସ ମ୍ୟାନ ରୋହିତ ଶର୍ମା ଫେଲ ମାରିଛନ୍ତି । ପୁରା ଲିଗ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ରେକର୍ଡ କରିଥିବା ରୋହିତ ଆଜି ପେଲ ମାରିବା ଫଲରେ ଭାରତ ଅଡୁଆ ସ୍ଥିତିରେ ପଡିଛି । ରୋହିତ ଆଜି ମାତ୍ର ୧ ରନ କରି ଆଉଟ ହୋଇଯାଇଛନ୍ତି । ତେବେ କ୍ରିକେଟ ତାରକା ରୋହିତ ଶର୍ମା ଆଜିକାଲି କ୍ରିକେଟ ବ୍ୟତୀତ ନିଜ ଦାମ୍ପତ୍ୟ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି।

ଭାରତୀୟ କ୍ରିକେଟ ଟିମ୍‌ର ଫେମସ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ଶର୍ମା। ତାଙ୍କ ବ୍ୟାଟିଂ ପାଇଁ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ୨୦୧୯ ବିଶ୍ବକପରେ ମଧ୍ୟ ରୋହିତଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ରୋହିତ ଶର୍ମା ଏକ ମାତ୍ର ଖେଳାଳି ଯିଏ ଗୋଟେ ବିଶ୍ବକପ୍‌ରେ ୫ଟି ସେଞ୍ଚୁରୀ ମାରି ବିଶ୍ବରେ ରେକର୍ଡ କରିଛନ୍ତି।

{"id":132282}

୨୦୧୫ ମସିହାରେ ରୋହିତ ରୀତିକା ସଜଦେହଙ୍କୁ ବିବାହ କରିଥିଲେ। ରୀତିକା ଲାଇମ୍‌ଲାଇଟ୍‌ରେ ରୋହିତଙ୍କ ସହ ଦେଖିବାକୁ ମିଳନ୍ତି। ତାଙ୍କ ବିଷୟରେ ଏହି ୫ଟି ଖାସ ଖବର ଅନେକ ଦର୍ଶତଙ୍କୁ ଜଣା ନଥିବ।

୧- ରୀତିକାଙ୍କ ଡାକ ନାଁ ହେଉଛି ରିଟସ୍‌, ଯାହା ଖେଳ ଜଗତ ସହ ସମ୍ବନ୍ଧିତ। ୧୯୮୭ ମସିହା ଜିସେମ୍ବର ମାସ ୨୧ ତାରିଖରେ ରୀତିକାଙ୍କ ଜନ୍ମ ହୋଇଥିଲା।

{"id":132283}

୨- ରୀତିକାଙ୍କ ବାପାଙ୍କ ନାଁ ହେଉଛି ବବି ଓ ମାଙ୍କ ନାଁ ଟିନା। ରୀତିକାଙ୍କ ଭାଇ କୁନାଲ ନାଁରେ ପରିଚିତ।

୩- ରୀତିକା ୟୁଭରାଜ ସିଂହଙ୍କୁ ନିଜ ଭାଇ ଭଳି ମାନ୍ୟତା ଦିଅନ୍ତି।୨୦୦୮ ମସିହାରେ ଯୁବରାଜ ସିଂହ ରିବକ୍‌ ଶୁଟିଂ ସମୟରେ ରୀତିକାଙ୍କୁ ରୋହିତଙ୍କ ସହ ଦେଖା କରାଇଥିଲେ।

{"id":132284}

୪- ରୀତିକା ଜଣେ ସ୍ପର୍ଟସ୍‌ ମ୍ୟାନେଜର ଥିବାରୁ ସେ ରୋହିତଙ୍କୁ ଅଧିକାଂଶ ସମୟ ଦେଖା କରୁଥିଲେ କାରଣ ସେ ରୋହିତଙ୍କ ଟିମ୍‌ ମ୍ୟାନେଜ କରୁଥିଲେ।

୫- ୬ ବର୍ଷ ରିଲେସନଶିପ୍‌ରେ ରହିବା ପରେ ରୋହିତ ଓ ରୀତିକା ବିବାହ କରିଥିଲେ। ରୋହିତ ନିଜ ବିବାହ ବାର୍ଷିକିରେ ତୃତୀୟ ଦୋହରା ଶତକ ମାରିଥିଲେ ଯାହା ସେ ନିଜ ପତ୍ନୀଙ୍କ ନାଁରେ କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.