ହସ୍ତ ରେଖାରୁ ଜାଣିପାରିବେ କେବେ କେଉଁ ରୋଗ ହେବ ବା କେବେ କେଉଁଠି ଦୁର୍ଘଟଣା ହେବ

Published By : Prameya-News7 Bureau | January 26, 2019 IST

ଭୁବନେଶ୍ୱର ୨୬/୧ : ହସ୍ତରେଖାରେ ଜୀବନ ଓ ସ୍ବାସ୍ଥ୍ୟ ସ୍ଥିତି ସମ୍ପର୍କରେ ଭବିଷ୍ୟତ ଗଣନା କରିଥାନ୍ତି ହସ୍ତରେଖା ବିଶେଷଜ୍ଞ | ହସ୍ତରେଖାରୁ ଭବିଷ୍ୟତରେ ହେବାକୁଥିବା ରୋଗ ବୈରାଗ, ଦୁର୍ଘଟଣା ସମ୍ପର୍କରେ ପୂର୍ବାନୁମାନ କରାଯାଇପାରେ | ଜ୍ୟୋତିଷଶାସ୍ତ୍ରରେ ହାତ ପାପୁଲିରେ ଥିବା ଜୀବନ ରେଖାକୁ ବହୁତ ମହତ୍ଵପୂର୍ଣ୍ଣ ବୋଲି କୁହାଯାଇଛି | ବୃଦ୍ଧାଙ୍ଗୁଳି ଏବଂ ବିଶି ଆଙ୍ଗୁଳି ମଝିରୁ ଆରମ୍ଭ ହୋଇ ବୃଦ୍ଧାଙ୍ଗୁଳିର ତଳିଆ ଅଂଶ ଦେଇ କଚି ପର୍ଯ୍ୟନ୍ତ ଯାଇଥାଏ ଏହି ରେଖା | ଏହି ରେଖା ଦ୍ୱାରା ଜୀବନରେ ଘଟିବାକୁ ଥିବା ମହତ୍ଵପୂର୍ଣ୍ଣ ଘଟଣା ସହ ମୃତ୍ୟୁ ବିଚାର ମଧ୍ୟ କରାଯାଇଥାଏ | ଏହି ରେଖା ଉପରେ ତ୍ରିଭୁଜ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ | ଜୀବନରେଖା ଉପରେ ଧ୍ବଜା, ଚକ୍ର ଏବଂ ସ୍ୱସ୍ତିକ ଚିହ୍ନ ଥିଲେ ମଧ୍ୟ ବହୁତ ଶୁଭ ହୋଇଥାଏ ବୋଲି ବିଚାର କରାଯାଏ | 

ଜୀବନରେଖା ଛୋଟ ଥିଲେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ କମ ଥାଏ | ଏଥିପାଇଁ ବ୍ୟକ୍ତିଙ୍କ ଜୀବନଶକ୍ତି ମଧ୍ୟ କମ ଥାଏ | ଜୀବନରେଖା ପଞ୍ଜୁରୀ ଭଳି ରହିଥିଲେ ବ୍ୟକ୍ତିଙ୍କ ଜୀବନରେ ସବୁବେଳେ ସମସ୍ୟା ଦେଖାଦେଇଥାଏ | ଏମାନେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ଥାଆନ୍ତି | ଯେଉଁମାନଙ୍କ ଜୀବନରେଖା ପତଳା ଏବଂ ଝାପସା ଥାଏ ସେମାନେ ବହୁତ ସମୟ ଧରି ରୋଗରେ ପଡ଼ିଥାନ୍ତି | ଏମାନଙ୍କ ସ୍ୱାସ୍ଥ୍ୟ ଭଲ ରହେନାହିଁ | ଯେଉଁମାନଙ୍କ ଜୀବନରେଖା ସିଢି ଭଳି ଥାଏ ସେମାନଙ୍କ ଜୀବନ ସଂଘର୍ଷମୟ ହୋଇଥାଏ | ଏହି ବ୍ୟକ୍ତିମାନଙ୍କ ଜୀବନରେ ସବୁବେଳେ ସମସ୍ୟା ଦେଖାଦେଇଥାଏ | ଏମାନଙ୍କୁ ଅନେକ ସଙ୍କଟ ଦେଇ ଗତି କରିବାକୁ ପଡିଥାଏ |

{"id":78362}

ଯେଉଁମାନଙ୍କ ଜୀବନରେଖାର ଶେଷ ଭାଗରେ ଗାଈ ଲାଞ୍ଜ ଭଳି ରେଖା ଥାଏ ତାହେଲେ ସେହି ବ୍ୟକ୍ତି ଜୀବନ ସାରା ଅନେକ କ୍ଷତି ସାହିବା ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି | ଯେଉଁମାନଙ୍କ ଜୀବନରେଖା ଢେଉ ଭଳି ଥାଏ ସେମାନଙ୍କ ଜୀବନରେ ମଧ୍ୟ କିଛି ଭଲ ଘଟିନଥାଏ |

ଯଦି କେଉଁ ବ୍ୟକ୍ତିଙ୍କ ଜୀବନରେଖା ଆକ୍ରମକ ମଙ୍ଗଳରୁ ଆସି, ଅର୍ଥାତ ଯେଉଁଠାରୁ ଜୀବନରେଖା ଆରମ୍ଭ ହୋଇଥାଏ, ସେଠାରୁ ଆସି ଜୀବନରେଖାକୁ କାଟିଥାଏ, ସେମାନଙ୍କୁ ନିଜ ଶତ୍ରୁଠାରୁ ହିଁ କ୍ଷତି ପହଂଚିଥାଏ | ଏମାନେ ସବୁବେଳେ ଦୁଶ୍ଚିନ୍ତାରେ ରହିଥାନ୍ତି | ଏମାନଙ୍କ ଜୀବନରେ ମାନସିକ ଶାନ୍ତି ନଥାଏ | ତା'ଛଡା ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ |

ହାତରେ ଅନେକ ରେଖା ଥିଲେ ମାଇଗ୍ରେନ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଇଥାଏ | ଜୀବନରେଖା ଛୋଟ ଥିଲେ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ |

{"id":78363,"width":564,"height":679}

ଜୀବନରେଖାର ମୂଳରେ ଯଦି ଅଧିକ ରେଖା ଥାଏ ତାହେଲେ ଜୀବନରେ ଅସ୍ଥିରତା ଲାଗିରହିଥାଏ | ଯେଉଁମାନଙ୍କ ଜୀବନରେଖା କଚି ଆଡକୁ ଦୁଇ ଭାଗ ହୋଇଯାଇଥାଏ, ସେମାନଙ୍କ ମୃତ୍ୟୁ ପୈତୃକ ଘରଠାରୁ ଅନେକ ଦୂରରେ ହୋଇଥାଏ |

ଜୀବନରେଖାର ଶେଷ ଭାଗକୁ ଯଦି ଗୁଣନ ଚିହ୍ନ ଥାଏ ତାହେଲେ ମୃତ୍ୟୁ ବେଳକୁ ମଣିଷ ବହୁତ ଦୁଃଖ ପାଇଥାଏ | ଜୀବନରେଖା ଯଦି ମଝିରେ କେଉଁଠି କଟି ଯାଇଥାଏ ତାହେଲେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ | ଏହାଛଡା ଏମାନେ କୌଣସି ଭୟଙ୍କର ରୋଗର ମଧ୍ୟ ଶିକାର ହୋଇପାରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.