ଦୟାନଦୀ କୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | November 19, 2019 IST

ଭୁବନେଶ୍ବର ୧୯।୧୧:  ଦୟାନଦୀ କୂଳରୁ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

{"id":186471,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଅନ୍ତର୍ଗତ ଦୟନଦୀ କୂଳରୁ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକ ଦେଖି ପୋଲିସକୁ ଖବର  ଦେଇଥିଲେ । ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ ଯୁବକ ଜଣଙ୍କ ନାଲି ରଙ୍ଗର ଚେକ୍ ସାର୍ଟ ଓ ଜିନ୍ସ ପ୍ୟାଣ୍ଟ ସହ ହାତରେ କଳା ରଙ୍ଗର ଘଣ୍ଟା ମଧ୍ୟ ପିନ୍ଧିଛନ୍ତି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.