ଯୁବକଙ୍କ ମିଳିଲା ଝୁଲନ୍ତା ମୃତଦେହ, ପରିଚୟ ଖୋଜୁଛି ପୋଲିସ
21/09/2023 at 1:59 PM

ବିନିକା ୨୧।୦୯ : ଯୁବକଙ୍କ ଗଳିତ ଅବସ୍ଥାରେ ଝୁଲନ୍ତା ମୃତଦେହ ଠାବ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସଦର କଲେଜ ନିକଟ କେନାଲ ପାଖ ଏକ ଗଛରୁ ମିଳିଛି ଯୁବକଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କେନାଲ ପାଖ ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ଡୁଙ୍ଗୁରିପାଲି ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।
ତେବେ ପୋଲିସର ଅନୁମାନ ଅନୁଯାୟୀ, ୮ରୁ ୧୦ ଦିନ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଛି । ପୁରା ଶବଟି ପଚି ଯାଇଛି । ଗଛ ତଳେ ଚପଲ ପଡିଛି । କିନ୍ତୁ ମୃତ୍ୟୁର ସଠିକ କାରଣ ଏବେ ଯାଏଁ ଜଣାପଡିନାହିଁ । ପରିଚୟ ମଧ୍ୟ ମିଳିନାହିଁ । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଆହୁରି ପଢନ୍ତୁ :