କରଞ୍ଜିଆ ୧୧।୧୧: ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଭଣ୍ଡନ ଗାଁ ନିକଟ ଟାଟା ବାଦାମପାହାଡ଼ ରେଳ ଲାଇନ କଡରେ ଥିବା ଏକ ଗଛରୁ ଅଜଣା ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ବାଦାମପାହାଡ଼ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।
wp:embed {"url":"https://www.prameyanews7.com/youth-deadbody-found-in-kalahandi-gambhariguda-village/","type":"wp-embed","providerNameSlug":"prameya-news-7"}ଖବର ଅନୁଯାୟୀ, ବାଦାମପାହାଡ଼ ରେଳ ଲାଇନ୍ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକଙ୍କୁ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ବାଦାମପାହାଡ଼ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ଯାଏଁ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି । ପୋଲିସ ପ୍ରାଥମିକ ରିପୋର୍ଟ ଆସିବା ପରେ ମୃତ୍ୟୁ ନେଇ ସଠିକ୍ କାରଣ ଜଣାପଡିବ ।
wp:embed {"url":"https://www.prameyanews7.com/macron-urges-israel-to-stop-killing-gazas-women-and-children/","type":"wp-embed","providerNameSlug":"prameya-news-7"}