ସାଲେପୁର ରାମେଶ୍ବର କେନାଲରେ ଅଜଣା ଯୁବକଙ୍କ ଶବ

Published By : Prameya-News7 Bureau | August 17, 2019 IST

ସାଲେପୁର୧୭|୮: କେନାଲରେ ଭାସୁଛି ଅଜଣା ଯୁବକଙ୍କ ଶବ ।ଏଭଳି  ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ରାମେଶ୍ୱର ୨ଏ ଶାଖା କେନାଲରେ । ଏହି ଶବ ଟି କାହାର ଏବଂ କେନାଲକୁ କିପରି ଆସିଲା ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି।ଯୁବକଟି କିପରି ମରି ଭାସୁଛି ତାହାର ପ୍ରକୃତ କାରଣ ଜଣାପଡିନାହିଁ।

ଏ ନେଇ ବହୁକଥା ଆଲୋଚନା ହେଉଛି l ହୁଏତ ଏହି ଅଚିହ୍ନା ଲୋକଟି କୌଣସି କାରଣରୁ ପାଣିକୁ ଖସିଥାଇପାରେ ସେନେଇ ସଠିକ ସୂଚନା ମିଳିପାରି ନାହିଁ । ସ୍ଥାନୀୟ ଲୋକେ ପୋଲିସକୁ ଖବର କରିଥିବା ଜଣାପଡିଛି l

 ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଟିକୁ ଜବତ କରିବା ସହ  ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତୁ ର ପ୍ରକୃତ କାରଣ ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.