ରେଳଧାରଣା କଡରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 07, 2018 IST

କେନ୍ଦୁଝର ୭/୮ : କେନ୍ଦୁଝର ଉକଚାବେଡା ଗାଁ ନିକଟ ରେଳଧାରଣା କଡରୁ ଜଣେ ଅଜଣା ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେଣୁ ତାଙ୍କୁ କେହି ହତ୍ୟା କରି ଏଠାରେ ଫୋପାଡି ଦେଇଥାଇପାରେ ବୋଲି ସନ୍ଦେହ କରାଯାଉଛି । କିମ୍ବା ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ତିନି ଦିନ ତଳେ ଅର୍ଥାତ୍ ୪ ତାରିଖ ଦିନ ଠିକ୍ ଏହି ସ୍ଥାନରୁ ମାତ୍ର ଦୁଇ ଶହ ମିଟର ଦୂରରୁ ଏହି ରେଳଧାରଣା ଉପରୁ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.