ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶବରୁ ବାହାରୁଛି ଦୁର୍ଗନ୍ଧ

29/10/2019 at 10:02 AM

କେନ୍ଦୁଝର ୨୯।୧୦: କେନ୍ଦୁଝରରେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ କେହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି ।

ଆଜି ସକାଳୁ ସଦର ଥାନାର ମୈଦାନକେଲ ପଞ୍ଚାୟତର ବାସୁଦେବପୁର ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ମଧ୍ୟରେ ଉକ୍ତ ଯୁବକଙ୍କ ମୃତଦେହ ଏକ ରଶିରେ ଝୁଲିଥିବା ଦେଖିବାକୁ ମିଳିଛି । ମୃତଦେହଟି ପଚି ଯାଇଥିବାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି । ଯୁବକଙ୍କୁ କେହି ମାରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ଆଜି ସକାଳୁ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ଯାଇଥିବା ସମୟରେ ଦୁର୍ଗନ୍ଧ ବାହାରିବାରୁ ଘଟଣାଟି ଜଣାପଡିଥିଲା ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଜମା ହୋଇଯାଇଥିବା ବେଳେ ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି । ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ରାସ୍ତା କଡରେ ଦୁଇ ଦିନ ତଳେ ଏକ ଅଟୋ ଛିଡା ହୋଇଥିବା ବେଳେ କେହି ନଥିବା ଦେଖି ସଦର ପୋଲିସ ଗାଡିଟିକୁ ଥାନାକୁ ନେଇଛି ।

   Related Posts