‘ଗ୍ରହଣୀୟ ହେବ ନାହିଁ ଡିଗ୍ରୀ’, ୨୦ ନକଲି ବିଶ୍ବବିଦ୍ୟାଳୟକୁ ନେଇ ୟୁଜିସିର ନିଷ୍ପତ୍ତି
2/08/2023 at 9:53 PM

ନୂଆଦିଲ୍ଲୀ, ୦୨/୦୮: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବୁଧବାର ୨୦ଟି ବିଶ୍ବବିଦ୍ୟାଳୟକୁ ନକଲି ଘୋଷଣା କରିଛି। ଆଉ ଏମାନେ ଦେଉଥିବା ଡିଗ୍ରୀ ସାର୍ଟିଫିକେଟ୍ ମାନ୍ୟ ନୁହେଁ ବୋଲି କହିଛି। ଏହି ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ଦିଲ୍ଳୀରେ ସର୍ବାଧିକ ୮ଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ୟୁଜିସି ସଭାପତି ମନୀଷ ଯୋଶୀ କହିଛନ୍ତି, ‘‘ ୟୁଜିସି ଆକ୍ଟର ଉଲ୍ଲଘଂନ କରି ଅନେକ ଶିକ୍ଷାନୁଷ୍ଠାନ ଡିଗ୍ରୀ ପ୍ରଦାନ କରୁଥିବା ନଜର ଆସିଥିଲା। ଏହି ବିଶ୍ବବିଦ୍ୟାଳୟରୁ ଦିଆଯାଇଥିବା ଡିଗ୍ରୀକୁ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ମାନ୍ୟ ଧରାଯିବନାହିଁ । ଏଭଳି ବିଶ୍ବବିଦ୍ୟାଳୟଙ୍କୁ ଡିଗ୍ରୀ ଦେବାର କୌଣସି ଅଧିକାର ନାହିଁ ।’’
ଦିଲ୍ଲୀରେ ରହିଛି ୮ ନକଲି ବିଶ୍ବବିଦ୍ୟାଳୟ:
ଦିଲ୍ଲୀର ଆଠଟି “ନକଲି” ବିଶ୍ୱବିଦ୍ୟାଳୟ- ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଣ୍ଡ ଫିଜିକାଲ୍ ହେଲଥ ସାଇନ୍ସ; କମର୍ସିଆଲ ୟୁନିଭର୍ସିଟି ଲିମିଟେଡ୍, ଦରିଆଗଞ୍ଜ; ୟୁନାଇଟେଡ ନେସନ୍ସ ୟୁନିଭର୍ସିଟି; ଭୋକେସନାଲ ୟୁନିର୍ଭସିଟି; ADR- ସେଣ୍ଟ୍ରିକ୍ ଜୁରିଡିକାଲ୍ ବିଶ୍ୱବିଦ୍ୟାଳୟ; ଇଣ୍ଡିଆନ ଇନଷ୍ଟିଚ୍ୟୁସନ ଅଫ୍ ସାଇନ୍ସ ଆଣ୍ଡ୍ ଇଞ୍ଜିନିୟିରିଂ; ବିଶ୍ବକର୍ମା ଓପନ୍ ୟୁନିଭର୍ସିଟି ଫର୍ ସେଲ୍ଫ ଏମ୍ପଲଏମେଣ୍ଟ; ଏବଂ ଆଧ୍ୟାତ୍ମିକ୍ ବିଶ୍ବବିଦ୍ୟାଳୟ।
ଆହୁରି ପଢ଼ନ୍ତୁ: NCERT ବିବାଦ: ୟୁଜିସି ଅଧ୍ୟକ୍ଷଙ୍କ ସହ ଅନେକ ସଂସ୍ଥାର ମୁଖ୍ୟ କହିଲେ- ନାଁ ହଟାଇବା ନାଟକ, ପୁସ୍ତକଗୁଡିକୁ ଆଧୁନିକୀକରଣ କରିବାରେ ରୋକା ଯାଉଛି
ଉତ୍ତରପ୍ରଦେଶରେ ମଧ୍ୟରେ ଏହିପରି ଚାରୋଟି ବିଶ୍ୱବିଦ୍ୟାଳୟ ଅଛି – ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ; ନାସନାଲ ୟୁନିଭର୍ସିଟି ଅଫ୍ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି; ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିଶ୍ୱବିଦ୍ୟାଳୟ (ମୁକ୍ତ ବିଶ୍ୱବିଦ୍ୟାଳୟ); ଏବଂ ଭାରତୀ ଶିକ୍ଷା ପରିଷଦ।
କର୍ଣ୍ଣାଟକ, ମହାରାଷ୍ଟ୍ର, ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ କେରଳରେ ନକଲି ବିଶ୍ବବିଦ୍ୟାଳୟ ଠାବ ହୋଇଛି।