ଭାରତୀୟ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକରେ ବର୍ଷକୁ ଦୁଇଥର ନାମଲେଖା ହେବ: ୟୁଜିସି

Published By : Prameya-News7 Bureau | June 11, 2024 IST

indiatoday

ନୂଆଦିଲ୍ଲୀ: ବିଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ଭାରତୀୟ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ସଂସ୍ଥାନଗୁ଼ଡ଼ିକରେ ମଧ୍ୟ ବର୍ଷକୁ ଦୁଇଥର ନାମଲେଖା ହେବ। ଏହି ନୂଆ ଯୋଜନାକୁ ୟୁନିଭର୍ସିଟି ଗ୍ରାଣ୍ଟ କମିସନ(ୟୁଜିସି) ଅନୁମତି ଦେଇଛି ବୋଲି ଏହାର ମୁଖ୍ୟ ଜଗଦିଶ କୁମାର କହିଛନ୍ତି। ୨୦୨୪-୨୫ ଶିକ୍ଷା ବର୍ଷରୁ ଏହି ବ୍ୟବାସ୍ଥା ଲାଗୁ ହେବ ବୋଲି ଜଗଦିଶ କୁମାର କହିଛନ୍ତି। ଦୁଇଥର ଆଡ୍‌ମିସନ ପ୍ରକ୍ରିୟା ଜୁଲାଇ-ଅଗଷ୍ଟ ଓ ଜାନୁଆରୀରୁ ଫେବ୍ରୁଆରୀରେ ହେବ।
ପିଟିଆଇକୁ ପ୍ରତିକ୍ରିୟା ଦେଇ ଜଗଦିଶ କୁମାର କହିଛନ୍ତି “ଯଦି ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ବର୍ଷକୁ ଦୁଇଥର ନାମ ଲେଖାଇବେ ତେବେ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ ହେବ। ଯେଉଁ ଛାତ୍ରଛାତ୍ରୀମାନେ ବୋର୍ଡ ରେଜଲ୍ଟ ନ ବାହାରିବା, ସ୍ୱାସ୍ଥ୍ୟ ସମସ୍ୟା ଓ ପାରିବାରିକ କାରଣରୁ ଜୁଲାଇ-ଅଗଷ୍ଟରୁ ନାମ ଲେଖାଇପାରି ନାହାନ୍ତି ସେମାନେ ଲାଭବାନ ହେବେ।”

ଯେଉଁମାନେ ପ୍ରଥମ ନାମଲେଖା ପ୍ରକ୍ରିୟାରେ ଆଡମିସନ କରିପାରିଲେ ନାହିଁ ଦ୍ୱିବାର୍ଷିକ ନାମଲେଖା ଯୋଗୁ ସେହି ଛାତ୍ରଛାତ୍ରୀମାନେ ଆଡ୍‌ମିଶନ କରିପାରିବେ। ଏଥରେ ସେମାନଙ୍କର ଉତ୍ସାହ ବଢ଼ିବ। ଦ୍ୱିବାର୍ଷିକ ନାମଲେଖା ପ୍ରକ୍ରିୟା ଦ୍ୱାରା ଇଣ୍ଡଷ୍ଟ୍ରୀମାନେ ମଧ୍ୟ ବର୍ଷକୁ ଦୁଇଥର କ୍ୟାମ୍ପସ୍ ନିଯୁକ୍ତି ଦେଇପାରିବେ। ଫଳରେ ଗ୍ରାଜୁଏଟ୍‌ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ୟୁଜିସି ମୁଖ୍ୟ ଜଗଦିଶ କୁମାର କହିଛନ୍ତି।

ଦ୍ୱିବାର୍ଷିକ ନାମଲେଖା ହେବା ଦ୍ୱାରା ଉଚ୍ଚଶିକ୍ଷା ସଂସ୍ଥାନ ଗୁଡ଼ିକରେ ଅତିଥି ଅଧ୍ୟାପକ, ଲ୍ୟାବ୍‌, ଶ୍ରେଣୀଗୃହ ଏବଂ ଅନ୍ୟାନ୍ୟ ସେବା ଆଦିକୁ ଅତି ଉତ୍ତମ ଯୋଜନାମୁତାବକ କାର୍ଯ୍ୟକାରୀ କରିହେବ। ଫଳରେ ବିଶ୍ୱବିଦ୍ୟାଳୟ ଭିତରେ ଭଲ ଗଠନମୂଳକ କାର୍ଯ୍ୟ ହୋଇପାରିବ। ସାରା ବିଶ୍ୱରେ ଥିବା ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ଦ୍ୱିବାର୍ଷିକ ନାଲମେଖା ପ୍ରକ୍ରିୟା ହେଉଛି। ଏପରି ହେଲେ ଆମ ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକରେ ଅନ୍ତର୍ଜାତୀୟ ସହଯୋଗ ଓ ଛାତ୍ରଛାତ୍ରୀ ଅଦଳବଦଳ ହୋଇପାରିବ। ଫଳରେ ଅନ୍ତର୍ଜାତୀୟ କ୍ଷେତ୍ରରେ ଆମର ପ୍ରତିଯୋଗିତା ବଢ଼ିବ। ଅନ୍ତର୍ଜାତୀୟ ଶିକ୍ଷା ବ୍ୟବସ୍ଥା ସହିତ ସମାନ୍ତର ହୋଇପାରିବା।

ୟୁଜିସି ମୁଖ୍ୟ ଜଗଦିଶ କୁମାର କହିଛନ୍ତି  “ଯଦି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ଦ୍ୱିବର୍ଷୀୟ ଆଡମିଶନ ପ୍ରକ୍ରିୟା ଗ୍ରହଣ କରନ୍ତି, ତେବେ ସେମାନେ ପ୍ରଶାସନିକ ଜଟିଳତାକୁ ଦୂର କରିବା, ଉପଲବ୍ଧ ଉତ୍ସଗୁଡିକର ଅଧିକ ଉପଯୋଗ କରିବା ପାଇଁ ଯୋଜନା କରିବା ଏବଂ ବର୍ଷର ବିଭିନ୍ନ ସମୟରେ ଆଡମିଶନ ଚାହୁଁଥିବା ଛାତ୍ରମାନଙ୍କ ସୁ ବ୍ୟବସ୍ଥା ପାଇଁ ନିରନ୍ତର ସହାୟତା ବ୍ୟବସ୍ଥା ଯୋଗାଇବାକୁ ହେବ। ତେବେ ଉଚ୍ଚଶିକ୍ଷା ସଂସ୍ଥାନଗୁ଼ଡ଼ିକ ଦ୍ୱିବର୍ଷୀୟ ନାମଲେଖା ପ୍ରକ୍ରିୟାକୁ ସେତେବେଳେ ଅଧିକ ଥର କରି ପାରିବେ ଯେତେବେଳେ ସେମାନେ ଅତିଥି ଅଧ୍ୟାପକ, ଷ୍ଟାଫ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପ୍ରସ୍ତୁତି କରିପାରିବେ।  

ତେବେ ସମସ୍ତ ଯୁନିଭର୍ସିଟି ଓ ଉତ୍ତଶିକ୍ଷା ସଂସ୍ଥାନଗୁଡ଼ିକ ପାଇଁ ଦ୍ୱିବର୍ଷୀୟ ନାମଲେଖା ପ୍ରକ୍ରିୟା ବାଧ୍ୟତାମୂଳକ ନୁହେଁ। ଯେଉଁ ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକ ପାଖରେ ଆବଶ୍ୟକୀୟ ସୁବିଧା ରହିଛି ସେମାନେ ହିଁ ଦ୍ୱିବାର୍ଷିକ ଆଡ୍‌ମିଶନ କରିପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.