୭୦୦ ବର୍ଷ ପରେ ମହାଶିବରାତ୍ରିରେ ଏକକାଳୀନ ପଡୁଛି ଏହି ସବୁ ଯୋଗ, ଭୋଳାନାଥଙ୍କ କୃପାରୁ ପୁରଣ ହେବ ଭକ୍ତଙ୍କ ଇଛା
17/02/2023 at 8:24 PM

ଚଳିତବର୍ଷ ଶିବରାତ୍ରି ୧୮ ଫେବୃଆରୀ ଶନିବାର ପାଳିତ ହେଉଛି। ଶୈବ ଭକ୍ତଙ୍କ ଲାଗି ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ। ବ୍ରତ ପୂଜା ଓ ଆରାଧନା ପରେ ଶୈବ ପୀଠରେ ନିଜର ମନସ୍କାମନା ପୂରଣ ଲାଗି ପ୍ରତ୍ୟେକ ଭକ୍ତ ଶିବ ଓ ମାତା ପାର୍ବତୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ତେବେ ସବୁଠୁ ଯାହା ଖାସ୍ କଥା ତାହା ହେଉଛି ଚଳିତବର୍ଷ ଶିବରାତ୍ରି ଶନିବାର ପାଳିତ ହେବ ଯାହା ଭକ୍ତଙ୍କ ଲାଗି ଆହୁରି ବି ଖାସ ହେବ। ଚଳିତବର୍ଷ ଶିବରାତ୍ରିରେ ଏପରି ସବୁ ଯୋଗ ପଡୁଛି ଯାହା ପ୍ରାୟ ୭୦୦ ବର୍ଷ ପରେ ପ୍ରଥମଥର ହେବାକୁ ଯାଉଛି। ମହାଶିବରାତ୍ରି ଦିନ ୫ଟି ମହାଯୋଗ ହେଉଛି।

ଶିବରାତ୍ରି ତ୍ରୟୋଦଶୀ ଓ ଶନିବାର ପଡୁଥିବାରୁ ଏହି ଦିନଟି ଶନି ପ୍ରଦୋଷ ଭାବେ ପାଳିତ ହେବ। ଏହି ଦିନ ଗୋଟିଏ ବ୍ରତରେ ଆପଣଙ୍କୁ ଶନି ପ୍ରଦୋଷର ପୁଣ୍ୟ ମଧ୍ୟ ମିଳିପାରିବ। ଏଣୁ ଆପଣ ସାୟଂ କାଳରେ ଶୁଭ ମୂହୁର୍ତ୍ତ ଦେଖି ପୂଜା କରନ୍ତୁ। ଶନି ପ୍ରଦୋଷ ବ୍ୟତୀତ ଶିବରାତ୍ରିରେ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ପଡୁଛି। ଏହା ଛଡା କେଦାର, ବରିଷ୍ଠ, ଶଶ ଓ ଶଂଖ ଯୋଗ ମଧ୍ୟ ପଡୁଛି। ଏହି ଦିନ ପ୍ରଦୋଷ ବ୍ରତ ତ୍ରୟୋଦଶୀ ତିଥି ରାତି ୮ଟା ବାଜି ୧୦ ମିନିଟ୍ ପର୍ଯ୍ୟନ୍ତ ରହୁଛି। ତା ପରଠରୁ ସର୍ବାର୍ଥ ସିଦ୍ଧି ଯୋଗ ଆରମ୍ଭ ହେବ।

ଚଳିତବର୍ଷ ମହାଶିବରାତ୍ରି ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହେଉଛି। ଏହି ଦୁର୍ଲଭ ସଂଯୋଗରେ ଆପଣ ମହାଶିବରାତ୍ରି ଓପବାସ ଓ ଶିବଙ୍କ ପୂଜା କରି ଭୋଳାନାଥଙ୍କ ଆଶିର୍ବାଦ ପ୍ରାପ୍ତ କରିପାରିବେ। ଶିବଙ୍କ କୃପାରେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହେବ। କୁହାଯାଏ ଏହି ଦିନ ପ୍ରଭୁ ଭୋଳାନାଥଙ୍କ ବିଶେଷ ଉପଚାରରେ ପୂଜା କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସେହିପରି ଜୀବନର ସବୁ କଷ୍ଟ ମଧ୍ୟ ଦୂର ହୋଇଥାଏ।