scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାଷ ଓ ଚାଷୀ ପରମ୍ପରାର ନିଆରା ଦୃଶ୍ୟ, ହଲିଆ ଗୀତରେ ଧାନବୁଣିଲେ କୃଷକ

17/08/2023 at 11:16 AM

ବଲାଙ୍ଗୀର ୧୭/୦୮: ମରୁଡି ଜିଲ୍ଳାବୋଲି ବେଶ ଚର୍ଚ୍ଚାରେ ରହେ ବଲାଙ୍ଗୀର ଜିଲ୍ଲା । ଆଉ ଯେତେବେଳେ ଏହି ଜିଲ୍ଲାରେ ବର୍ଷା ହୋଇଥାଏ ଏଠାକାର ଚାଷୀ ଖୁସିରେ ନାଚି ଉଠେ। ଚଳିତ ବର୍ଷମଧ୍ୟ ଲୁଚକାଳି ଖେଳଖେଳି ବର୍ଷାଆସିଲା । ଏବେ ଚାଷକାମରେ ବ୍ୟସ୍ତ ଚାଷୀ ।

ଆଉ ସେହି ଚାଷ କରିବା ସମୟରେ ମନରେ ଯେଉଁ ଖୁସି ରହିଛି ତାହା ବିଲରେ କାମ କରୁଥିବା ଏହି ମହିଳା ଚାଷୀଙ୍କ ଗୀତରୁ ବେଶ ଭଲଭାବରେ ବାରି ହୋଇପଡୁଛି । କ୍ଷେତରେ ମହିଳା ଜଣକ ଗୀତ ଗାଇଗାଈ ଚାଷ କରିଛନ୍ତି । ତା ସହ ଅନ୍ୟମାନେ ମଧ୍ୟ ପାଲି ଧରି ଚାଷକରି ମଜା ନେଉଛନ୍ତି । ଖାଲିସେତିକିରେ ସରିନି କଥା । ତାଙ୍କ ସହ ଅନ୍ୟ ମହିଳା ମାନେ ହୁଳାହୁଳି ବି ଦେବାକୁ ପଛାଇନଥିଲେ ।

ଏମିତି ପରିବେଶରେ କମ୍ପିଥିଲା ଚାଷଜମି । ଏହାସହ ସମସ୍ତେ ମିଶି ଆନନ୍ଦର ସହ ବୁଣିଥିଲେ ଧାନ । ସେପଟେ ପୁରୁଷ ମଧ୍ୟ ଚାଷ କାମ କରିଦେଇଥିଲେ । ପୂର୍ବରୁ ପରମ୍ପରା ରହିଛି ଚାଷୀ କ୍ଷେତରେ ଯେତେବେଳେ ହଳଲଙ୍ଗଳ ଧରିଥାଏ, ଗୀତ ବୋଲି କାମ କରିଥାଏ । ଆଉ ସେହି ପରି ଧାନବୁଣା ସମୟରେ ମଧ୍ୟ ମହିଳା ପୁରୁଷ ଚାଷ କରିବା ସହ କ୍ଷେତରେ କାମ କରିବା ସହ ଗାଇଥାନ୍ତି ହଲିଆ ଗୀତ ।

you can also read….

   Related Posts