ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିଆରା ଅନ୍ଦାଜ : ନିୟମ ମାନିଲେ ଚକୋଲେଟ୍, ନମାନିଲେ କଲରା...

Published By : Prameya-News7 Bureau | January 17, 2020 IST

ଗଜପତି ୧୭।୧: ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଗଜପତି ଏସପି ସାରା ଶର୍ମା ।  ଏବେ ୩୧ତମ ସଡକ ସୁରକ୍ଷା ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଗୁରୁବାର ପାରଳାଖେମୁଣ୍ଡି ସହରରେ ସେ ଟ୍ରାଫିକ୍ ନିୟମ ମାନିଥିବା ଲୋକଙ୍କୁ ଚକୋଲେଟ୍ ଦେଇ ସେମାନଙ୍କୁ ସ୍ଵାଗତ କରିଥିଲେ ।

{"id":212464,"sizeSlug":"large"}

ଏହାକୁ ମାନୁନଥିବା ଲୋକଙ୍କୁ କଲରା ଏବଂ ଅଁଳା ଦେଇ ଟ୍ରାଫିକ ନିୟମ ମାନିବାକୁ ସଚେତନ କରିଛନ୍ତି । କିଛି ଲୋକଙ୍କୁ ଅଟକାଇ ହେଲମେଟ୍ କିଣାଇ ନିଜ ହାତରେ ପିନ୍ଧାଇ ଦେଇଛନ୍ତି । ଏସପିଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ସ୍ବାଗତ କରିବା ସହ ଏହାଦ୍ବାରା ଲୋକେ ସଚେତନ ହୋଇପାରିବେ ବୋଲି କହିଛନ୍ତି ।

{"id":212458,"sizeSlug":"large"}

୩୧ ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି ।  ଗୁରୁବାର ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସ୍ଥାନୀୟ ଥାନା ଛକଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଏସପି ସାରା ଶର୍ମା। ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥିବା କରୁଥିବା ଲେଡି ଆଇପିଏସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ମଧ୍ୟ ନିଆରା କାର୍ଯ୍ୟ କରିଥିଲେ।

{"id":212459,"sizeSlug":"large"}

ଥାନା ଛକରେ ଛିଡା ହୋଇ ପ୍ରତ୍ୟେକ ଗାଡିକୁ ଅଟକାଇବା ସହ ଯେଉଁମାନେ ଟ୍ରାଫିକ ନିୟମ ମାନି ହେଲମେଟ ପିନ୍ଧିଥିଲେ କିମ୍ବା ସିଟ୍ ବେଲ୍ଟର ବ୍ୟବହାର କରିଥିଲେ ସେମାନଙ୍କୁ ଚକୋଲେଟ୍ ଦେଇ ସ୍ବାଗତ କରିବା ସହ ସାଧୁବାଦ ଜଣାଇଥିଲେ ।  ଆଉ ଯେଉଁମାନେ ଏହାକୁ ନମାନି ଗାଡି ଚଳାଉଥିଲେ ସେମାନଙ୍କୁ କଲରା ଏବଂ ଅଁଳା ପ୍ରଦାନ କରିଥିଲେ ।  

{"id":212460,"sizeSlug":"large"}

ଏପରିକି କିଛି ଲୋକଙ୍କୁ ହେଲମେଟ୍ କିଣାଇ ନିଜ ହାତରେ ପିନ୍ଧାଇବା ସହ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଇଥିଲେ ।  ଏହାଦ୍ବାରା ନିଜର ଏବଂ ଅନ୍ୟମାନଙ୍କ ଜୀବନ ବଞ୍ଚାଇବାର ବାର୍ତ୍ତା ବାଣ୍ଟିଥିଲେ । ଏସପିଙ୍କ ଏଭଳି କାର୍ଯ୍ୟକୁ ଲୋକେ ଖୁବ ପସନ୍ଦ କରିବା ସହ ସବୁ ସ୍ଥାନରେ ଟ୍ରାଫିକ ନିୟମ ନମାନିଲେ ଜରିମନା ଆଦାୟ କରାଯାଉଛି  ।  କିନ୍ତୁ ଏଠାରେ ସେହି ଟଙ୍କାରେ ହେଲମେଟ କିଣାଇବା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।

{"id":212461,"sizeSlug":"large"}

ଏଭଳି କରିବା ଦ୍ବାରା ଲୋକେ ସଚେତନ ହେବା ସହ ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ ହେବେ ।  ଫଳରେ ଲୋକେ ନିଜର ଜୀବନ ବଞ୍ଚାଇ ପାରିବେ ବୋଲି ସାଧାରଣ ଲୋକେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ଆଂଚଳିକ ପରିବହନ ଅଧିକାରୀ ରଜନୀକାନ୍ତ ସ୍ବାଇଁ, ମୋଟର ଯାନ ନିରୀକ୍ଷକ ବସନ୍ତ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ପୋଲିସ ଅଧିକାରୀ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.