suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିରଳ ନାଗ ସାପ ଉଦ୍ଧାର

31/10/2020 at 1:11 PM

କେନ୍ଦ୍ରାପଡ଼ା ୩୧।୧୦: ବିରଳ ସାପ ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗାଁର ହୃହାନନ୍ଦ ମଲ୍ଲିକଙ୍କ ଘରୁ ଏକ ଧଳା ରଙ୍କର ସାପଟିଏ ଉଦ୍ଧାର ହୋଇଛି ।

ଖବର ଅନୁଯାୟୀ, ରାଜକନିକା ଗ୍ରାମର ହୃଦାନନ୍ଦ ମଲ୍ଲିକଙ୍କ ଘରେ ଏକ ଧଳା ରଙ୍ଗର ସାପଟିଏ ପଶି ଯାଇଥିଲା । ଯାହାପରେ ଘର ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ତପନ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର  କରିଥିଲେ।

ବିରଳ ରଙ୍ଗ ଯୋଗୁଁ ସାପ ଟିକୁ ଚିହ୍ନିବାରେ ସମସ୍ୟା ହେବାରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ଘଟଣାସ୍ଥଳକୁ ଯାଇଥିଲେ , ଏବଂ ଏହା ଏକ ନାଗ ସାପ ବୋଲି ଚିହ୍ନଟ କରିଥିଲେ । ସାପଟିର ଫୋଟୋ ଏବଂ ଭିଡିଓ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକଙ୍କୁ ପଠାଯାଇଥିଲା । ସାପକୁ ଗାଁ ଠାରୁ ପ୍ରାୟ ୧୫ କିମି ଦୂରରେ ଜନବସତି ନଥିବା ଏକ ପାଣି ନାଳ ନିକଟରେ ଛାଡି ଦିଆଯାଇଛି ।

   Related Posts