scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ୱାଧିନତା ଦିବସ ଅବସରରେ ନିଆରା ଦୃଶ୍ୟ, ଅତିଥୀଙ୍କ ଆଗେ ସମସ୍ୟା ବଖାଣିଲା କୁନି ଝିଅ

17/08/2023 at 12:37 PM

କୋରାପୁଟ୧୭/୦୮: କୋରାପୁଟରେ ଏବେ କୁନି ଝିଅର ଭିଡ଼ିଓ ଭାଇରାଲ । ଅଭିନୟ ମାଧ୍ୟମରେ ଅତିଥୀଙ୍କ ଆଗେ ବଖାଣିଲା ନିଜ ଅଞ୍ଚଳର ସମସ୍ୟା । ଗୀତ ଗାଇ ଜାଣିଲା ନିଜ ଅଞ୍ଚଳର ଦୁଃଖ । ଆଉ ଏହି ଅଭିଯୋଗକୁ ଶୁଣିଥିଲେ କାନଦେଇ ଶୁଣୁଥିଲେ ମୁଖ୍ୟ ଅତିଥି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କୋରାପୁଟ ଜିଲ୍ଲାପାଳ ସ୍ଥାନୀୟ ବିଧାୟକଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ।

ସୂଚନା ଥାଉକି, କୋରାପୁଟରେ ପାଳନ ହୋଇଥିଲା ଜିଲ୍ଲାସ୍ତରୀୟ ୭୭ ତମ ସ୍ୱାଧିନତା ଦିବସ । ଏହି ଅବସରରେ ଉତ୍ସବ ପାଳନ କରାଯାଇଥିଲା । ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆଯୋଜନ ହୋଇଥିଲା । ତେବେ ସବୁଠୁ ଆକର୍ଷଣ ଥିଲା କୁନି ଝିଅର ନାଚ ଗୀତ । ଯାହାକି ଦର୍ଶକ ତଥା ଦେଖଣାହାରୀଙ୍କ ମନ ମୋହିଥିଲା । କୁନି ଝିଅଟି ଅଭିନୟ କରି ଯାହା କହିଥିଲା ତାହା ଦେଖି ତାଜୁବ ହୋଇଯାଇଥିଲେ ସଭିଏଁ ।

କହିବାକୁ ଗଲେ ଅନେକ ଥର ବିଡ଼ିଓ ମହାଶୟ ଏଠାକୁ ଆସି ବୁଲିଯାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା ଭଳି ବିଭିନ୍ନ ସମସ୍ୟା ସାହସ ଜୁଟାଇ କେହି କହିପାରିନଥିଲେ । କିନ୍ତୁ ଯାହା କେହି କରିପାରିନଥିଲେ ତାକୁ କରିଦେଖାଇଥିଲା କୁନି ଝିଅଟି । ଏସମସ୍ତ ଅଭିଯୋଗ ଏବେ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହେବା ପରେ କୁନି ଝିଅକୁ ସାଧାରଣରେ ପ୍ରଶଂସା ସୁଅ ଛୁଟିଛି ।

   Related Posts