ଭଞ୍ଜନଗରରେ ନିଆରା ପରମ୍ପରା, ଶଗଡରେ ଆସିଲେ କୁଲାଡ଼ର ଅଧିଷ୍ଠାତ୍ରୀ ମା ବାଗ୍ଦେବୀ
4/05/2023 at 11:18 AM

ଭଞ୍ଜନଗର ୦୪/୦୫: ଭଞ୍ଜନଗର ଦେଖିବାକୁ ମିଳିଛି ନିଆରା ପରମ୍ପରା । କୁଲାଡ଼ର ଅଧିଷ୍ଠାତ୍ରୀ ଦେବୀ ମା ବାଗଦେବୀଙ୍କୁ ବହୁ ଆଡମ୍ବରରେ ନିମନ୍ତ୍ରଣ କରି ପାଛୋଟି ଅଣାଯାଇଛି । ଭଞ୍ଜନଗର ଯାତ୍ରା କମିଟି ସଭାପତି ତଥା ସମସ୍ତ ଜନସାଧାରଣ କୁଲାଡ଼ ବାଗ୍ଦେବୀ ମନ୍ଦିରରେ ପହଂଚି ରୀତିନୀତି ପ୍ରକାରେ ପୂଜାର୍ଚନା କରି ମାଆଙ୍କୁ ସୁସଜିତ ରଥ ଶଗଡ଼ରେ ବାଗ୍ଦେବୀଙ୍କୁ ଉପବିଷ୍ଟ କରି ଭଞ୍ଜନଗର ଅଭିମୁଖେ ଆସିଛନ୍ତି ।
ସେଠାରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ପରମ୍ପରା ଅନୁଯାଇ ଭଞ୍ଜନଗର ଉପଜିଲ୍ଲାପାଳ ଆମନ୍ତ୍ରିତ କରି ନିଜେ ମା ବାଗ୍ ଦେବୀଙ୍କୁ ହାତରେ ଧରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଛି । ହଜାର ହଜାର ଭକ୍ତଙ୍କ ଗହଣରେ ନୁଆ ଲୁଗା ରେ ପହଡ଼ ପକାଇ ମାଙ୍କୁ ପାଟୁଆର କରି ନିଆଁ ଯାଇଥିଲା । ଢୋଲ, ବାଦ୍ୟ, ଆତସବାଜିରେ ପ୍ରକମ୍ପିତ ହେଉଥିଲା ଭଞ୍ଜନଗର ସହର ମାଙ୍କ ପଟୁଆର ।
ଏହି ଅବସରରେ ସାମିଲ ହୋଇଥିଲେ ଭଞ୍ଜନଗରର ସମସ୍ତ ପ୍ରଶାସନିକ ଅଧିକାରୀ ଓ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ମାଆଙ୍କୁ ଦୀର୍ଘ କୁଲାଡ଼ ଗ୍ରାମରୁ ଦୀର୍ଘ ୧୦ କିମି ଶଗଡ଼ ରଥରେ ଆଣିବା ପରେ ବାଗ୍ ଦେବୀଙ୍କ ଠାରେ ରଖାଯାଇଛି । କିଛି ସମୟ ବିଶ୍ରାମ ପରେ ରାତ୍ରି ୮ଟାରେ ପୁଣି ଉପଜିଲ୍ଲାପାଳ ହାତରେ ଧରି ପାଟୁଆରରେ ବାହାରି ଥିଲେ ।
ଆରମ୍ଭରୁ ବର୍ଷା ଯୋଗୁଁ କିଛି ସମୟ ରାସ୍ତାରେ ମା ଅଟକି ଥିଲେ । କିନ୍ତୁ ଭୋର ସକାଳ ସମୟରେ ମା ଅସ୍ଥାୟୀ ମନ୍ଦିର ରେ ବିଜେ କରିଛନ୍ତି । ଆଜି ବିଶ୍ରାମ ପରେ ମା କାଲିଠାରୁ ନଗର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଶଗଡ଼ିଆ ଶଗଡ଼ ରଥ ରେ ମାଆଙ୍କୁ ନେଇଥିବାରୁ ନିଜକୁ ଧନ୍ୟ ମନେ କରିଛି ।