Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ରୋଗବ୍ୟାଧିରୁ ମୁକ୍ତି ପାଇଁ ମେଲାଣି ଉତ୍ସବ, ଚାମୁଣ୍ଡାଙ୍କୁ କୁକୁଡ଼ା ବଳି ନଦେଇ ଜୀଅନ୍ତା କଲେ ସମର୍ପଣ

3/02/2023 at 11:39 AM

ନୀଳଗିରି ୦୩/୦୨:ଓଂ ହିଲିଙ୍ଗ କିଳିଙ୍ଗ ଛାମୁଣ୍ଡାୟ ନମଃ। ପ୍ରଭୁ ଗାଁକୁ ରୋଗବ୍ୟାଧିରୁ ମୁକ୍ତିକରିବୁ । ଆମ ମାନଙ୍କୁ ଶାନ୍ତିରେ ରଖିବୁ। ଦେଶକୁ ବିପତ୍ତିରେ ବଞ୍ଚାଇବୁ। ଜଙ୍ଗଲରେ ରହୁଥିବା ଚାମୁଣ୍ଡା ଆମକୁ ସୁରକ୍ଷା ଦେବେ। ଗ୍ରାମବାସୀ ମାନେ ଦେବତାଙ୍କ ଶରଣ ପଶିଥିବା ବେଳେ ନିଆରା ଢଙ୍ଗରେ ମେଲାଣି ଉତ୍ସବ ପାଳନ ହୋଇଛି ।

ଚାମୁଣ୍ଡାଙ୍କ ପାଖରେ ବଳି ନପଡ଼ି ଜୀଅନ୍ତା କୁକୁଡ଼ା ସମର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଶିଆଡିମାଳ ପଞ୍ଚାୟତରେ ଦେଖିବାକୁ ମିଳିଛି । ନୀଳଗିରି ବ୍ଲକ ଶିଆଡିମାଳ ପଞ୍ଚାୟତ ବାବନ୍ଦ ଓ ସୀତାପତିପୁର ଗ୍ରାମରର ୩୦୦ ରୁ ଅଧିକ ପରିବାର ବୃତ୍ତିରେ କୁମ୍ବକାର ଅଟନ୍ତି ।

ମାଘ ମାସ ମକର ଠାରୁ ୭ ଦିନ କାମ ଧନ୍ଦା ବନ୍ଦ କରି ଉତ୍ସବ ଧୂମଧାମରେ ମନାଇ ଥାନ୍ତି।ଗାଁରେ ଝାଡ଼ାବାନ୍ତି, ମିଳିମିଳା,ଜ୍ଵର ଓ ଅନ୍ୟ ରୋଗବ୍ୟାଧିରୁ ମୁକ୍ତିପାଇବା ପାଇଁ ଜଙ୍ଗଲରେ ରହୁଥିବା ଚାମୁଣ୍ଡା ଠାକୁରଙ୍କ ଠାରେ ଗ୍ରାମବାସୀ ଶରଣ ପଶିଥାନ୍ତି । ବିଶ୍ୱାସ ରହିଛି ମାଘ ମାସ ଠାରୁ ୯,୧୧,୧୩,୧୯,୨୧ ଦିନ ଏପରିକି ମାସର ଶେଷ ଦିନରେ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ ।

ଏହି ପୂଜାକୁ ସେମାନେ ମେଲାଣି ଉତ୍ସବ କହିଥାନ୍ତି। ଗାଁର ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇଥାନ୍ତି।ଘର ଆଗରେ ଆଟିକାରେ ଫୁଲ ରଖି ପୂଜାର୍ଚନା କରିଥାନ୍ତି ଗାଁର ମୁରବି। ପରେ ସମୂହ ଗ୍ରାମବାସୀ ମୁଣ୍ଡରେ ଆଟିକା ରଖିବା ସହ ଘରେ ଥିବା ଭଙ୍ଗା ଆଟିକା,ପାଛିଆ,ଝାଡୁ, ଛିଣ୍ଡା କମ୍ବଳ ସମେତ ବର୍ଜ୍ୟବସ୍ତୁ ଗୁଡିକୁ ତଳେ ଘୋଷାରି ଘୋଷାରି ପାଖ ଜଙ୍ଗଲରେ ପହଁଚିଥାନ୍ତି।ମହିଳା ମାନଙ୍କୁ ଯିବାକୁ ବାରଣ ହୋଇଥାଏ।

ମହୁଲ,ସାହାଡ଼ା ଗଛରେ ନେଇଥିବା ସାମଗ୍ରୀ ଗୁଡିକ ଝୁଲାଇ ସେଠାରେ ଚାମୁଣ୍ଡାଙ୍କୁ ପୂଜା କରିଥାନ୍ତି। କୁକୁଡ଼ାକୁ ବଳି ନଦେଇ ଚାମୁଣ୍ଡାଙ୍କ ଉଦ୍ୟେସ୍ୟରେ ଜୀବନ୍ତ ସମର୍ପଣ କରିବା ପରେ ଜଙ୍ଗଲରେ ଛାଡି ଦିଆଯାଇଥାଏ। ଏହାପରେ କଣ୍ଟାଡାଳ ଜଙ୍ଗଲରୁ ଛିଣ୍ଡାଇ ତାକୁ ତଳେ ରଖି ଉପରେ ପଥର ଲଦିଦେଇଥାନ୍ତି । ଯେଉଁ ରାସ୍ତା ଦେଇ ଗ୍ରାମବାସୀ ଯାଇଥାନ୍ତି ସେହି ରାସ୍ତାରେ ନଫେରି ଅନ୍ୟ ବାଟେ ଗାଁକୁ ଆସି ସମୂହ ନଦୀ,ଝରଣାରେ ଗାଧୋଇ ଘରକୁ ଆସିଥାନ୍ତି ।

ସମସ୍ତଙ୍କର ବିଶ୍ୱାସ ରହିଛି ଚାମୁଣ୍ଡା ଗ୍ରାମବାସୀ ଙ୍କୁ ରୋଗବ୍ୟାଧିରୁ ମୁକ୍ତିଦେବେ ଓ ଗାଁକୁ ବଞ୍ଚାଇବେ।ତେବେ ଏଭଳି ପୂଜା ଅନ୍ଧ୍ୟବିଶ୍ୱାସ ନୁହଁ ବରଂ ଆମେ ବିଶ୍ୱାସ ରେ କରି ଗାଁକୁ ସୁରକ୍ଷା ଦେବା ସହିତ ସାରା ରାଜ୍ୟ,ଦେଶର ହିତ ପାଇଁ ଚାମୁଣ୍ଡାଙ୍କୁ ଜଣାଇ ଥାଉ ବୋଲି ଗାଁ ମୁଖିଆ ବ୍ରଜମୋହନ କୁହନ୍ତି ।

   Related Posts