scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଶ୍ଚର୍ଯ୍ୟ ହେଲେ ବି ସତ, କଣ୍ଟା ବିହୀନ ବେଲ ଗଛକୁ ପୂଜାକଲେ ଲୋକେ

22/07/2023 at 2:38 PM

ଯାଜପୁର ୨୨/୦୭: ଆପଣ ବେଲ ଗଛ ଦେଖିଥିବେ ହେଲେ କଣ୍ଟା ନଥିବା ବେଲ ଗଛ ଦେଖି ନଥିବେ । ହଁ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ । ଯାଜପୁର ସହର ଉପକଣ୍ଠର ରାଉତରାପୁର ଗ୍ରାମରେ ରହିଛି ଏପରି ଏକ ବେଲ ଗଛ ଯାହା କଣ୍ଟା ବିହୀନ । ଏହି ବେଲ ଗଛକୁ ପୂଜାର୍ଚ୍ଚନା କରିବା ସହ ଦେଖିବାକୁ ଧାଇଁ ଆସୁଛନ୍ତି ସ୍ଥାନୀୟ ଲୋକେ ।

ଅନ୍ୟପଟେ ଏ ଭଳି ବେଲ ଗଛ ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଥିବା କହିଛନ୍ତି ଉଦ୍ୟାନ ବିଭାଗର ଭାରପ୍ରାପ୍ତ ଅଧିକାରୀ ରାଧେଶ୍ୟାମ ବେହେରା । ଯାଜପୁର ମାନସା ପୋଲ ନିକଟ ରାଉତରାପୁର ଅଞ୍ଚଳର ସଞ୍ଜୟ ସ୍ଵାଇଁଙ୍କ ଘର ଆଗରେ ରହିଛି ଶହେ ବର୍ଷ ପୁରୁଣା ଏକ ବେଲ ଗଛ । ଆଉ ଏହି ଗଛ ମୂଳରେ ପୂଜା ପାଇଥାନ୍ତି ମା ବୁଢୀ ବାସୁଳେଇ ।

ସଞ୍ଜୟଙ୍କ ଘର ଦଶରଥପୁର ବ୍ଲକ ରାହାସୋଇ ଗ୍ରାମରେ ହୋଇଥିବା ବେଳେ ସଞ୍ଜୟ ଦୁଇ ହଜାର ମସିହାରୁ ଏଠାରେ ଜାଗା କିଣି ଘର କରି ରହିଛନ୍ତି । ସଞ୍ଜୟଙ୍କ କହିବା କଥା ଏ ବେଲ ଗଛରେ କିଛି ଐସୌରିକଶକ୍ତି ରହିଛି । ମୁଁ ଆଉ ମୋ ପରିବାର ଯେଉଁ ପରିସ୍ଥିତିରୁ ଆଜି ଏଭଳି ସ୍ଥିତିକୁ ଫେରିଛୁ ତାହା କେବଳ ଏହି ଗଛ ପାଇଁ । ଆମେ ଦେଖି ଆସୁଛୁ ଏହି ଗଛରେ ଗୋଟେକି କଣ୍ଟା ନାହିଁ । ସେଥିପାଇଁ ଆମେ ଏହି ଗଛକୁ ପୂଜା କରିଆସୁଛୁ ।

   Related Posts