ନିଆରା ଦୀପାବଳି ଅଫର୍: ମୋବାଇଲ କିଣିଲେ ଗ୍ରାହକଙ୍କୁ ମାଗଣାରେ ମିଳୁଛି ମଦବୋତଲ ସହ କୁକୁଡ଼ା

Published By : Prameya-News7 Bureau | October 24, 2022 IST

ନୂଆଦିଲ୍ଲୀ୨୪/୧୦: ଦୀପାବଳି ସମୟରେ ବିଭିନ୍ନ ବ୍ୟବସାୟୀ ତଥା, ଦୋକାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର ଆଣିଥାନ୍ତି । ଗ୍ରାହକଙ୍କୁ ଡିସ୍କାଉଣ୍ଟ ସହ ବିଭିନ୍ନ ଅଫର ମିଳିଥାଏ । କିନ୍ତୁ କେବେ ଦୀପାବଳି ଅଫରରେ ଜୀଅନ୍ତା କୁକୁଡ଼ା ଏବଂ ମଦ ବାଣ୍ଟିବା ଦେଖିଛନ୍ତି କି? ଆଜ୍ଞା ହଁ କଥାଟି ବିଶ୍ୱାସ ହେଉନଥିଲେ ବି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ଯେଉଁଠାରେ ଦୀପାବଳି ଅଫରରେ ଜଣେ ମୋବଇଲ ଦୋକନୀ ଗ୍ରାହକଙ୍କୁ ମୋବାଇଲ କିଣିଲେ ମଦ ବୋତଲ ଏବଂ କୁକୁଡ଼ା ବାଣ୍ଟିଛନ୍ତି ।

ଦୀପାବଳି ଅବସରରେ ପଞ୍ଜାବର ଅମୃତସରର ଜଣେ ଦେକାନୀ ମୋବାଇଲ କିଣୁଥିବା ଗ୍ରାହକଙ୍କୁ କିଛି ଭିନ୍ନ ଅଫର ଦେଉଛନ୍ତି। ଏଠାରେ ଗ୍ରାହକଙ୍କୁ ମୋବାଇଲ କିଣିବା ଉପରେ ଏକ ମଦ ବୋତଲ ଏବଂ ଜୀଅନ୍ତା କୁକୁଡ଼ା ମାଗଣାରେ ଦିଆଯାଉଛି । ସୂଚନା ଅନୂଯାୟୀ ଏହି ମୋବାଇଲ ଦୋକାନ ଅମୃତସରର ହୁସୈନପୁରାରେ ରହିଛି। ଯେଉଁଠାରେ ଦୀପାବଳି ଅବସରରେ କିଛି ଅଲଗା ଅଫର ଦିଆଯାଇ ଲୋକଙ୍କୁ ଆକୃଷ୍ଟ କରାଯାଇଥିଲା। ଏହ ଦୋକାନୀ ମୋବାଇଲ କିଣୁଥିବା ଗ୍ରାହକଙ୍କୁ ଏକ ମଦ ବୋତଲ ଏବଂ ଏକ ଜୀଅନ୍ତା କୁକୁଡ଼ା ମାଗଣାରେ ଦେଉଥିଲା ।

ଏହି ଅଫରର ବିଷୟରେ ଜଣାପଡ଼ିବା ପରେ ଜଣେ ପୋଲିସକର୍ମୀ ମଧ୍ୟ ଦୋକାନରେ ପହଞ୍ଚିଥିଲେ ଏବଂ ମୋବାଇଲ କିଣିଥିଲେ। ଆଉ ଫଟୋ ମଧ୍ୟ ଉଠାଇଥିଲେ। ଖାଲି ସେତିକି ନୁହେଁ ଅଫର ବିଷୟରେ ଜାଣିବା ପରେ ମୋବାଇଲ କିଣିବାପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ଲୋକେ ହାତରେ ମୋବାଇଲ ସହ ବୋତଲ ଏବଂ କୁକୁଡ଼ା ଧରି ଫଟୋ ଉଠାଉଥିଲେ। ଏହି ସମୟରେ ଗ୍ରାହକଙ୍କ କହିଥିଲେ ଯେ ସେମାନେ ଏଭଳି ଅଫର କେବେବି ଶୁଣିନଥିଲେ କି ଦେଖିନଥିଲେ। ଏଥିପାଇଁ ଯେତେବେଳେ ସୂଚନା ମିଳିଥିଳା ଦୋକାନକୁ ମୋବାଇଲ କିଣିବାକୁ ପହଞ୍ଚିଥିଲେ। ସେପଟେ ଦୋକାନୀ ରାଜକୁମାର କହିଛନ୍ତି ଯେ ଦୀପାବଳିର ଖୁସିରେ ସେ ଗ୍ରାହକଙ୍କ ପାଇଁ ଏହି ଅଫର ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.