ଜଗା ପ୍ରେମରେ ଅଣଓଡିଆ ଭକ୍ତ, ଖରା ଗରମକୁ ଖାତିର ନକରି ଦଣ୍ଡ ମାରି ମାରି ଚାଲିଛନ୍ତି ପୁରୀ

Published By : Prameya-News7 Bureau | May 23, 2023 IST

ବୌଦ୍ଧ ୨୩/୦୫: ରାଜ୍ୟରେ ଧୁଧୁ ଖରା । ଅସହ୍ୟ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ହେଲେ ଏହାକୁ ତିଳେମାତ୍ର ଖାତିର ନକରି ପ୍ରଭୁ ଜଗନ୍ନାଥଙ୍କୁ ନିଜ ଆଖିରେ ଥରୁଟିଏ ଦର୍ଶନ କରିବା ପାଇଁ ଭକ୍ତ ଦଣ୍ଡ ପ୍ରଣାମ କରି କରି ଚାଲିଛନ୍ତି ସହସ୍ର କୋଷ ରାଜସ୍ଥାନରୁ ପୁରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥରେ ।

ଦିନ ଦ୍ୱିପ୍ରହର ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରିକରି ଯାଉଥିବା ଏହି ଭକ୍ତଙ୍କ ଯାତ୍ରାର ଦୃଶ୍ୟ ଦେଖଣାହାରୀଙ୍କୁ ଯେତିକି ଚକିତ କରୁଛି ସେତିକି ବିମୋହିତ କରୁଛି।ଯିଏ ଦେଖୁଛି ସ୍ତବ୍ଧ ହୋଇ କିଛି ସମୟ ଆପେ ଆପେ ଅଟକି ଯାଉଛି । ରାଜସ୍ଥାନ ସହାଇ ମାଧପୁର ଜିଲ୍ଲାର ଏନାରବନ୍ଧ ଗାଁର ବିଜୟ ସିଂ ଗୁଜ୍ଜର ଗତବର୍ଷ ଡିସେମ୍ବର ମାସ ୭ତାରିଖରୁ ଆରମ୍ଭ କରିଛନ୍ତି ଏହି ମାନସିକ ଯାତ୍ରା ।

wp:html /wp:html

ରାଜସ୍ଥାନରୁ ପୁରୀ ସମୁଦାୟ ପ୍ରାୟ ୧୮ଶହ କିଲୋମିଟର ରାସ୍ତାରୁ ଏଯାଏଁ ପାଖାପାଖି ୧୫ ଶହରୁ ଉର୍ଦ୍ଧ୍ୱ କିଲୋମିଟର ରାସ୍ତା ଅତିକ୍ରମ କରିସାରିଲେଣି । ତାଙ୍କୁ ସହାୟତା ପାଇଁ ବାଲ୍ୟବନ୍ଧୁ କ୍ରିଷ୍ଣା ଗୋପାଲ ମୀନା ଏବଂ ଜଣେ ସମ୍ପର୍କୀୟ ମଧ୍ୟ ସାଥିରେ ଆସିଛନ୍ତି। ବନ୍ଧୁ କ୍ରିଷ୍ଣା ସାରଥୀ ଭଳି ସାଙ୍ଗରେ କାର ନେଇ ଆସୁଥିବା ବେଳେ ସମ୍ପର୍କୀୟ ଜଣକ ତାଙ୍କପାଇଁ ବିଶ୍ରାମ ସ୍ଥଳରେ ରୋଷେଇର ପ୍ରବନ୍ଧ ଭାର ବୁଝୁଛନ୍ତି ।

ରଥଯାତ୍ରା ପୂର୍ବରୁ ପୁରୀରେ ପହଞ୍ଚି ଜଗାକୁ ଦର୍ଶନ କରିବାକୁ ବିଜୟ ଲକ୍ଷ ରଖିଛନ୍ତି । ଚାହିଁଥିଲେ ସେ ହୁଏତ ଗାଡି କି ଟ୍ରେନ୍‌ କିମ୍ବା ବିମାନ ଯୋଗେ ଆସି ପ୍ରଭୁଙ୍କୁ ଦର୍ଶନ କରିପାରି ଥାନ୍ତେ । କିନ୍ତୁ ଠାକୁରଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ତାଙ୍କୁ ଏଯାତ୍ରା ପାଇଁ ପ୍ରୋତ୍ସାହିତ କରିଥିବା କହିଛନ୍ତି । ସବୁଠାରୁ ବଡକଥା ହେଲା ବିଜୟଙ୍କ କହିବାନୁସାରେ ଘରୁ ବାହାରିବା ଦିନଠାରୁ ଆଜି ଯାଏଁ ସେ ଥକି ନାହାନ୍ତି କି କୌଣସି ସ୍ଥାନରେ ଅଟକି ଯାଇନାହାନ୍ତି ।

ବାଟରେ ଯାଉଥିବା ବେଳେ ତାଙ୍କୁ ଦେଖୁଥିବା ଲୋକେ ତାଙ୍କ କୁଶଳ ଯାତ୍ରା ପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି । ସତେ କି କିଏ ବା ଜାଣିଛି ସେ କଳା ଠାକୁରଙ୍କ ଲୀଳା ସେ ତ ଭାବ ବିନଆ କଳା ଠାକୁର ତାଙ୍କ କେତେ ବେଳେ କାହାକୁ ଭାବ ରେ ଡ଼ାକି ନେଇ ଯାଏ କିଏ ବା ଜାଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.