ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଆଜି ରାଉରକେଲା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ

11/06/2018 at 8:32 AM

ଆଜି ରାଉରକେଲା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ । ତାଙ୍କ ସହ ସେଲର ଅଧ୍ୟକ୍ଷ ପି.କେ ସିଂ, କେନ୍ଦ୍ର ଇସ୍ପାତ ସଚିବ ଡକ୍ଟର ଅରୁଣା ଶର୍ମ।, ଇସ୍ପାତ ମନ୍ତ୍ରାଳୟର OSD ବିନୟ କୁମାର, ସେଲର ପ୍ରକଳ୍ପ ଓ ବ୍ୟବସାୟ ଯୋଜନା ନିର୍ଦ୍ଦଶେକ ଡ଼କ୍ଟର ଜି. ବିଶ୍ବକର୍ମ।, ସେଲର କାର୍ମିକ ନିର୍ଦ୍ଦଶେକ ଅତୁଲ ଶ୍ରୀବାସ୍ତବ, ଇସ୍ପାତ ମନ୍ତ୍ରଣାଳୟର ସଚିବ ପୁନିତ କାଂସାଲ, ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସମୀର ଶୁକ୍ଳା ଓ ବ୍ୟକ୍ତିଗତ ସଚିବ ପରବିନ୍ଦର ସିଂ ଆସୁଛନ୍ତି । ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରି ସେଠାରୁ ରାଉରକେଲା ହାଉସ ଯିବେ । ୧୧ ଟା ୧୫ରେ ଇସ୍ପାତ ଜେନେରାଲ ହସ୍ପିଟାଲର ବର୍ଣ୍ଣ ଏଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସୁପର ସ୍ପେସିଆଲିଟି ବ୍ଲକର ଭିତିପ୍ରସ୍ତର ରଖିବେ କେନ୍ଦ୍ର ମନ୍ତ୍ରୀ । ପରେ ଷ୍ଟିଲ ପ୍ଲାଂଟ ଭିତରେ ଥିବା ନବୀକୃତ ୧ ନମ୍ବର ବ୍ଲାଷ୍ଟ ଫର୍ଣ୍ଣସେ- ପାର୍ବତୀକୁ ଲୋକାର୍ପିତ କରିବେ । ଏହା ସହ ଷ୍ଟିଲ ପ୍ଲାଂଟ ସମ୍ମିଳନୀ କକ୍ଷରେ ଷ୍ଟିଲ୍ ପ୍ଲାଂଟର ସି.ଇ.ଓ ଏବଂ ବିଭିନ୍ନ ବିଭାଗର ଅଧତ୍କାରୀଙ୍କ ସହ ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ସାଢେ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଆଜି ରାଉରକେଲା ହାଉସରେ ରାତ୍ରୀ ଯାପନ କରିବେ । କାଲି ସକାଳ ୯ ଟାରେ ସେଲର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ ।

Leave a Reply

   Related Posts