ସେରଗଡ଼-ନୀଳଗିରି-ଝରଣାଘାଟି ହେବ ୪ ଲେନ୍; ଶିଳାନ୍ୟାସ କରିବେ କେନ୍ଦ୍ର ପରିବହନ ରାଷ୍ଟ୍ରମନ୍ତ୍ରୀ, ଆସିବେନି ଗଡ଼କରୀ
25/07/2023 at 9:36 PM

ନୀଳଗିରି: ସେରଗଡ଼-ନୀଳଗିରି -ଝରଣାଘାଟି ରାଜ୍ୟରାଜପଥ ଚାରିଲାଇନ ଓ ସମ୍ପ୍ରସାରଣ ହେବାକୁ ଯାଉଛି। ଏହି ପ୍ରକଳ୍ପର ଶିଳାନ୍ୟାସ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କରିବେ ବୋଲି ସ୍ଥିରିକୃତ ହୋଇଥିଲା। ତେବେ ଜରୁରୀ କାର୍ଯ୍ୟକ୍ରମ ଯୋଗୁଁ ଆସନ୍ତା ୨୯ ତାରିଖ ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ ଗଡ଼କରୀ। ହେଲେ ତାଙ୍କ ଅଧୀନରେ ଥିବା ରାଷ୍ଟ୍ର ମନ୍ତ୍ରୀ ଭିକେ ସିଂହ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭିକେ ସିଂ ସେରଗଡ଼-ନୀଳଗିରି -ଝରଣାଘାଟି ରାଜ୍ୟରାଜପଥ ଚାରିଲାଇନ ଓ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରି କେସି ହାଇସ୍କୁଲ ପଡ଼ିଆରେ ଉଦବୋଧନ ଦେବେ। ସେପଟେ ଭରଚୁଆଲ ମାଧ୍ୟମରେ ଗଡ଼କରୀ ମଧ୍ୟ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଚୂଡାନ୍ତ ସୂଚୀ ନେଇ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ଏଭଳି ସୂଚନା ଦେବା ସହ ଉତ୍ସବକୁ ସଫଳ ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି।