LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନୂତନ ସଂସଦ ଭବନ ଉଦଘାଟନରେ ବିରୋଧୀଙ୍କ ସାମିଲ ନହେବା ପ୍ରସଙ୍ଗ, ନିଷ୍ପତ୍ତିର ପୁନର୍ବିଚାର ପାଇଁ ଅପିଲ୍ କଲେ କେନ୍ଦ୍ରମନ୍ତ୍ରୀ

24/05/2023 at 4:30 PM

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଉଦଘାଟନରେ ୧୯ ବିରୋଧୀ ରାଜନୈତିକ ଦଳ ସାମିଲ ନହେବା ନେଇ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ହେବାକୁ ଥିବା ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବା ପାଇଁ ବିରୋଧୀ ଦଳଗୁଡିକ ଘୋଷଣା କରିଛନ୍ତି । ତେବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର ବିରୋଧୀ ଦଳଗୁଡିକ ନିଜ ନିଷ୍ପତ୍ତି ଉପରେ ପୁଣି ଥରେ ଚିନ୍ତା କରିବାକୁ କହିଛନ୍ତି ।

କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କହିଛନ୍ତି, ‘ଏହା ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଯେ ବିରୋଧୀ ଦଳଗୁଡିକ ଅଯଥା କଥାକୁ ପ୍ରସଙ୍ଗ କରୁଛନ୍ତି । କାରଣ ଅତୀତରେ ମଧ୍ୟ ପ୍ରଧାନମନ୍ତ୍ରୀ ସଂସଦ ପରିସରରେ ସ୍ମାରକୀର ଉଦଘାଟନ କରିଛନ୍ତି’।

ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ମଇ ୨୮ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ବିରୋଧୀ ଦଳଗୁଡିକର ଦାବି ଅନୁସାରେ ନୂତନ ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ହେବା ଦରକାର । କାରଣ ସେ କେବଳ ଦେଶର ମୁଖ୍ୟ ନୁହନ୍ତି, ବରଂ ସଂସଦର ମଧ୍ୟ ଅବିଚ୍ଛେଦ୍ୟ ଅଙ୍ଗ ।

ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ ଉପରେ ଜାତୀୟ କର୍ମଶଳାରେ ସାମ୍ୱାଦିକକୁ ପ୍ରତିକ୍ରିୟା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ‘ବୟକଟ୍ ଏବଂ ଅଯଥା ପ୍ରସଙ୍ଗକୁ ପ୍ରସଙ୍ଗ କରିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ସେମାନେ ନିଜ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରନ୍ତୁ ବୋଲି ମୁଁ ଅପିଲ୍ କରୁଛି’ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଲୋକସଭା ବାଚସ୍ପତି ହେଉଛନ୍ତି ସଂସଦର କଷ୍ଟଡିଆନ୍ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଉଦଘାଟନ ପାଇଁ ବାଚସ୍ପତି ନିମନ୍ତ୍ରଣ କରିଛନ୍ତି । ପ୍ରାୟ ଏକ ଶତାବ୍ଦୀର ପରେ ଐତିହାସିକ ଘଟଣା ଘଟିବାକୁ ଯାଉଛି’।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ୧୯୯୫, ଅକ୍ଟୋବର ୨୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ପାର୍ଲିଆମେଣ୍ଟ ଆନେକ୍ସର ଉଦଘାଟନ କରିଥିଲେ । ଏହାପରେ ୧୯୮୭, ଅଗଷ୍ଟ ୧୫ରେ ରାଜୀବ ଗାନ୍ଧୀ ପାର୍ଲିଆମେଣ୍ଟ ଲାଇବ୍ରେରୀର ଶିଳାନ୍ୟାସ କରିଥିଲେ ।

   Related Posts