Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେନ୍ଦ୍ରମନ୍ତ୍ରୀ ସୁବାଷ ସରକାରଙ୍କୁ ତାଲା ପକାଇଲେ ନିଜ ଦଳର କର୍ମୀ, ବିଜେପି କାର୍ଯ୍ୟାଳୟରେ କଲେ ବନ୍ଦ

12/09/2023 at 10:35 PM

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାଷ ସରକାରଙ୍କୁ ନିଜ ଦଳର କର୍ମୀଙ୍କ ରୋଷର ସାମ୍ନା କରିବାକୁ ପଡ଼ିଛି । ମଙ୍ଗଳବାର ପଶ୍ଚିମବଙ୍ଗର ବାଙ୍କୁରାରେ କେନ୍ଦ୍ରମନ୍ତ୍ରୀ ସୁବାଷ ସରକାରଙ୍କୁ ବିଜେପି ପାର୍ଟୀ କାର୍ଯ୍ୟାଳୟରେ ତାଲା ପକାଇଲେ କର୍ମୀ । ସେମାନେ ଅଭିଯୋଗ କରିଥିଲେ ଯେ, ସୁବାଷ ସରକାର ଜିଲ୍ଲାରେ ଏକଛତ୍ରବାଦୀ ଲାଗୁ କରି ପାର୍ଟୀକୁ କ୍ଷତି ପହଞ୍ଚାଉଛନ୍ତି ।

ପ୍ରକୃତରେ ମଙ୍ଗଳବାର ସୁଭାଷ ବାଙ୍କୁଡ଼ା ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟାଳୟକୁ ଆସିଥିଲେ। ଏଠାରେ ତାଙ୍କର ଦଳୀୟ ନେତାଙ୍କ ସହ ବୈଠକ ହେବାର ଥିଲା। ହେଲେ ଯେତେବେଳେ କର୍ମୀମାନେ ଖବର ପାଇଥିଲେ ଯେ, ସୁବାଷ ଆସିଛନ୍ତି ସେମାନେ ବିଜେପି କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ ‘ସୁବାଷ ଫେରିଯାଅ’ ନାରା ଲଗାଇଥିଲେ । ସେମାନେ ଅଭିଯୋଗ କରିଛନ୍ତି ସାଂସଦ ରହି ସୁଭାଷ ସର୍କାର ସାଙ୍ଗଠନିକ କ୍ଷେତ୍ରରେ ଏକଛତ୍ରବାଦୀ ଜାରି ରଖିଛନ୍ତି ଏବଂ ସାଗଂଠନିକ ମାମଲାରେ ହସ୍ତକ୍ଷେପ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବିନା ବାଣରେ ଦୀପାବଳି ଦିଲ୍ଲୀ ସରକାରଙ୍କ ତୁଷ୍ଟିକରଣ ରାଜନୀତି : ବିଜେପି

ଆହୁରି ମଧ୍ୟ ଅଭିଯୋଗ ହୋଇଛି ସୁବାଷ ସରକାର ଏବଂ ସାଂସଦ ଏବଂ ଶିକ୍ଷା ମନ୍ତ୍ରୀ ହେବା ପରେ ସାଂଗଠନିକ ପକ୍ଷ ଦୁର୍ବଳ ହୋଇଛି । ବିଜେପିକୁ ନଗର ନିଗମ ନିର୍ବାଚନ​ରେ ବଡ଼ ହାର୍‌ର ସାମ୍ନା କରିବାକୁ ପଡ଼ିଥିଲା । ବିଧାନସଭା ନିର୍ବାଚନରେ ମଧ୍ୟ ଜଙ୍ଗଲମହଲ ଆସନ ବିଜେପି ହାତରୁ ଖସିଛି। ପଞ୍ଚାୟତ ନିର୍ବାଚନରେ ବାଙ୍କୁଡ଼ା ସାଗଠନିକ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ଖରାପ ହେଉଛି । ଏଥିପାଇଁ ଏମାନେ ଦାବି କରିଛନ୍ତି ରାଜ୍ୟର ନେତୃବୃନ୍ଦ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ। ସଂଗଠନାତ୍ମକ ପକ୍ଷରେ ସୁବାଷ ସରକାରଙ୍କ ହସ୍ତକ୍ଷେପ ନକରିବା ଦରକାର।

ଘଟଣାରେ ପୋଲିସ୍‌ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ତେବେ ପ୍ରାୟ ୨ ଘଣ୍ଟା ବନ୍ଦ ରହିବା ପରେ ପୋଲିସ୍‌ ତାଙ୍କୁ ଉଦ୍ଧାର କରିଥିଲା। ଘଟଣାକୁ ସୁବାଷ ସରକାରଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ, କିନ୍ତୁ ଜିଲ୍ଲା ଅଧ୍ୟକ୍ଷ ଦାବି କରିଛନ୍ତି ଯେ ବିରୋଧ କରିଥିବା କେହିବି ଭାଜପାର ସଦସ୍ୟ ନଥିଲେ। ସେମାନଙ୍କୁ ପାର୍ଟୀରୁ କଢ଼ାଯାଇଥିଲା।

   Related Posts