ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ: ୨୦୦କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନରେ ରାଜ୍ୟରେ ଏକ ଟୁଲ୍ ରୁମ୍ ସେଣ୍ଟର ପାଇଁ ପ୍ରସ୍ତାବ

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ଏହାସହ ରାଜ୍ୟରେ କେନ୍ଦ୍ରୀୟ ଅନୁଦାନରେ ଏକ ଟୁଲ୍ ରୁମ୍ ସେଣ୍ଟର କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି । ଏଥିରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେ ସମ୍ପର୍କରେ ଆଲୋଚନା ହୋଇଛି ।

ଏହାସହ ୪ଟି ଜିଲ୍ଲାରେ ୪ଟି ଏକ୍ସଟେନସନ୍‌ ସେଣ୍ଟର କରାଯିବ । ୨୦ କୋଟି ଟଙ୍କା ବ୍ୟୟରେ ଏହି ସେଣ୍ଟର କରାଯିବ । ୪ଟି ଜିଲ୍ଲା ହେଉଛି କେନ୍ଦୁଝର, ବ୍ରହ୍ମପୁର, ବାଲେଶ୍ବର ଓ କଳାହାଣ୍ଡି । ପ୍ରତ୍ୟେକ ସେଣ୍ଟର ପାଇଁ ଜମି ଚିହ୍ନଟ ହୋଇଛି କିନ୍ତୁ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ କାମ ଆଗେଇ ପାରେନି । ସେ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।

ଓଡିଶାରେ MSME ସେକ୍ଟରରେ ୪୫ଟି କ୍ଲଷ୍ଟର ସେଣ୍ଟରକୁ ଅନୁମୋଦନ କରାଯାଇଛି । ସାରା ଦେଶ ପାଇଁ ୨୨୬ଟି କ୍ଲଷ୍ଟର ସେଣ୍ଟରକୁ ଅନୁମୋଦନ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ୬ହଜାର ୭ଶହ ଏକର ଜମି ଚିହ୍ନଟ କରାଯାଇଛି । ସେହି ଜମିରେ କିଭଳି ମାଛ ଚାଷ କରାଯାଇପାରିବ, ସେନେଇ ମଧ୍ୟ ଆଲୋଚନା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.