Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ହକରା ପାଇ ଦିଲ୍ଲୀ ଦଉଡିଲେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀ, ପୁଅ ସମ୍ପର୍କରେ ପଚାରିବାରୁ ସାମ୍ବାଦିକଙ୍କ ଉପରେ ଚିହିଁକିଲେ

15/12/2021 at 6:07 PM

ଲକ୍ଷ୍ନୌ ୧୫।୧୨: ଲକ୍ଷ୍ମୀପୁର ଖେଡୀ ହିଂସାକାଣ୍ଡକୁ ନେଇ ପ୍ରଶ୍ନରେ ଘେରି ଯାଇଥିବା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟମିଶ୍ର ଟେନୀଙ୍କୁ ବୁଧବାର ଦିଲ୍ଲୀ ଡକାଯାଇଛି। ଏଥିପାଇଁ ସେ ଅପରାହ୍ନ ବିମାନରେ ଲକ୍ଷ୍ନୌରୁ ଦିଲ୍ଲୀ ଯାତ୍ରା କରିଛନ୍ତି। ତେବେ ଏହା ପୂର୍ବରୁ ଉତ୍ତରପ୍ରଦେଶରେ ସାମ୍ବାଦିକଙ୍କ ସହ ଟେନୀ ବହେ ତାମସା କରିଥିବା ଜଣାପଡିଛି। ଏପରିକି ସାମ୍ବାଦିକଙ୍କୁ ସେ ଗାଳି କରିବାକୁ ଓ ମାରି ଗୋଡେଇବାକୁ ବି ପଛେଇ ନାହାନ୍ତି। ଏହି ସମୟର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି।

ଚାଷୀଙ୍କ ଉପରେ ଗାଡ଼ି ମଡେଇ ମାରିବା ଘଟଣାର ଏସଆଇଟି ତଦନ୍ତ ରିପୋର୍ଟକୁ ନେଇ ଏବେ ସଂସଦରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ତୁରନ୍ତ ବହିଷ୍କାର ଦାବି କରୁଥିବା ବେଳେ ସଂସଦରେ ମାମଲାର ଚର୍ଚ୍ଚା ଦାବି କରିଛି।  ଅଜୟ ମିଶ୍ର ଟେନୀଙ୍କ ଇସ୍ତଫାକୁ ନେଇ ଲୋକସଭାରେ ବୁଧବାର ଜୋରଦାର ହଙ୍ଗାମା ହୋଇଛି। ବିଜେପି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଅଗ୍ରାହ୍ୟ କରିଦେଇଛି। ସେହିପରି ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଗୃହରେ ଆଲୋଚନା ହୋଇପାରିବନି ବୋଲି ଶାସକ ଦଳ କହିଛି।

ତେବେ ଏହା ବାଦେ ବି ଟେନୀଙ୍କୁ ବୁଧବାର ଦିଲ୍ଲୀ ତଲବ କରାଯାଇଥିବା ବେଳେ ସେ ତରବରିଆ ଯାତ୍ରା କରିଛନ୍ତି। ହେଲେ ଦିନତମାମର ଘଟଣା ଏବେ ଉତ୍ତରପ୍ରଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏସଆଇଟି ତଦନ୍ତ ରିପୋର୍ଟ ଓ ସଂସଦରେ ହଙ୍ଗାମାକୁ ନେଇ ସାମ୍ବାଦିକ ପ୍ରଶ୍ନ କରିବାରୁ ଟେନୀ ସେମାନଙ୍କ ଉପରେ ଚିଡି ଯାଇଥିଲେ। ତୁମ ମିଡିଆବାଲାଙ୍କ ଲାଗି ଆଜି ଜଣେ ନିର୍ଦ୍ଦୋଷ ଲୋକ ଜେଲରେ ସଢୁଛି ବୋଲି କହିଥିଲେ। ଅସନ୍ତୁଷ୍ଟ ଟେନି ଚାଲିଯାଉଥିବା ବେଳେ କେହି ଜଣେ ସାମ୍ବାଦିକ ତାଙ୍କୁ କିଛି ଟିପ୍ପଣୀ କରିବାରୁ ଟେନୀ ଗୋଡାଇ ଯାଇଥିଲେ। ଏଥିରେ ସେ ସାମ୍ବାଦିକଙ୍କ ମୋବାଇଲ ଫୋନ ବି ଛଡାଇଥିବାର କୁହାଯାଇଛି।    

   Related Posts