ଫରିଦାବାଦରେ ଉଦଘାଟିତ ହେଲା ଦେଶର ପ୍ରଥମ ସିବିଜି ପ୍ଲାଣ୍ଟ,ଆରମ୍ଭ ହେଲା ବ୍ୟବସାୟିକ ଉତ୍ପାଦନ

Published By : Prameya-News7 Bureau | September 16, 2019 IST

ନୂଆଦିଲ୍ଲୀ ୧୬।୯:  ହରିୟାଣାର ଫରିଦାବାଦରେ ଉଚ୍ଚମାନର କମ୍ପ୍ରେସଡ୍ ବାୟୋ ଗ୍ୟାସ୍ (ସିବିଜି) ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ଇଣ୍ଡିଆନ୍ ଅଏଲର ଫରିଦାବାଦସ୍ଥିତ ଅନୁସନ୍ଧାନ ଓ ବିକାଶ (ଆର ଆଣ୍ଡ ଡି) କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ। 

ଏହି ସିଏନଜି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାସହ  କୃଷି ଓ ଅନ୍ୟାନ୍ୟ ଜୈବ ବର୍ଜ୍ୟରୁ ଉଚ୍ଚମାନର ସିବିଜି ଉତ୍ପାଦିତ  ହେବ। ଏହି ପ୍ରକଳ୍ପ ଉତ୍ପାଦନ କରିଥିବା ୨୫୦ କେଜି ସିବିଜି ବୋଝେଇ ଗାଡିକୁ ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀ ଯାତ୍ରାର ଶୁଭାରମ୍ଭ କରିଥିଲେ । ପ୍ରକଳ୍ପ ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବର୍ଜ୍ୟବସ୍ତୁକୁ ଉର୍ଜ୍ଜା ସମ୍ପତିରେ ପରିଣତ କରିବାପାଇଁ ଦିଆଯାଇଥିବା ଆହ୍ୱାନର ଏହା ଏକ ସଫଳ କ୍ରିୟାନ୍ୱୟନ ବୋଲି କହିଥିଲେ ।

ଫରିଦାବାଦର ଏହି ପ୍ଲାଣ୍ଟ ଦୈନିକ ୫ ଟନ୍ ଜୈବ ବର୍ଜ୍ୟକୁ ସିବିଜିରେ ପରିଣତ କରିବ। ଏହା ଫରିଦାବାଦର ଜୈବ ବର୍ଜ୍ୟ ପରିଚାଳନା ସାଙ୍ଗକୁ ଉର୍ଜ୍ଜା ଆବଶ୍ୟକତା ମଧ୍ୟ ପୂରଣ କରିବାରେ ସହାୟକ ହେବ। ଏଠାରେ ଥିବା ଆଇଓସିଏଲର ଆରଏଣ୍ଡଡି ସେଣ୍ଟର ଉର୍ଜ୍ଜା ନବଉନ୍ମେଷ ଓ ଗବେଷଣା କେନ୍ଦ୍ର ନୂତନ ଉର୍ଜ୍ଜାର ବିକଳ୍ପ ସନ୍ଧାନ ସହ ଯୁବ ବୈଜ୍ଞାନିକ ମାନଙ୍କ ନିୟୋଜନକୁ ପ୍ରୋତ୍ସାହିତ କରୁଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ୍ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.