ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ, ସୋଆ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

Published By : Prameya-News7 Bureau | November 16, 2019 IST

ଭୁବନେଶ୍ବର ୧୬।୧୧: ଆଜି ପାଳନ ହେଉଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମଡ୍‌ ଟୁ ବି ୟୁନିଭର୍ସିଟିର ଷଷ୍ଠ ସମାବର୍ତ୍ତନ ଉତ୍ସବ । ସୋଆ ଦ୍ୱିତୀୟ କ୍ୟାମ୍ପସ୍‌ରେ ଥିବା ଅଡିଟୋରିୟମରେ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେବେ । ସେହିପରି ସମ୍ମାନିତ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍‌ ଗଡ଼କରି, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସୋଆ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀ ସ୍ୱାଗତ ଭାଷଣ ଦେବା ସହିତ ରିପୋର୍ଟ ପାଠ କରିବେ । ଏହି ଅବସରରେ କୋଲକତା ସ୍ଥିତ ଏମ.ପି ବିର୍ଲା ପ୍ଲାନେଟୋରିଅମ୍‌ର ନିର୍ଦ୍ଦେଶକ ତଥା ଏକାଡେମିକ୍‌ ଓ ରିସର୍ଚ୍ଚ ମୁଖ୍ୟ ପ୍ରଫେସର ଦେବୀପ୍ରସାଦ ଦୁଆରିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀରେ ସମ୍ମାନିତ କରାଯିବ । ପିଏଚ୍‌ଡି ଡିଗ୍ରୀ ସମେତ ବିଭିନ୍ନ ବିଭାଗର ଟପ୍ପରମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ ବୋଲି ସୋଆ କୁଳସଚିବ ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.