ୟବତମାଲ: ନିର୍ବାଚନ ରାଲିକୁ ସମ୍ବୋଧନ କରି ଭାଷଣ ଦେଉଥିବା ହଠାତ୍ ଅଚେତ୍ ହୋଇଗଲେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରୀ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ବୁଧବାର ମହାରାଷ୍ଟ୍ର ୟବତମାଲରେ ଏଭଳି ଘଟଣା ଘଟିଛି।
ଗଡ଼କରୀ ଭାଷଣ ଦେବାକୁ ମଞ୍ଚ ଉପରକୁ ଉଠିଥିଲେ। କିଛି ସମୟ କହିବା ପରେ ହଠାତ୍ ସେ ଅଚେତ ହୋଇଗଲେ। ମଞ୍ଚ ଉପରେ ଉପସ୍ଥିତ କର୍ମକର୍ତ୍ତା ତାଙ୍କ ଧରି ପକାଇଥିଲେ। ଏହାପରେ ଘଟଣା ସ୍ଥଳରେ ଡାକ୍ତରଙ୍କୁ ଡକାଯାଇ ଗଡ଼କରୀଙ୍କ ଚିକିତ୍ସା ଜାରି ରହିଛି।
ନୀତିନ ଗଡ଼କରୀ ନାଗପୁର ପ୍ରାର୍ଥୀ ହୋଇଛନ୍ତି। ହେଲେ ସେ ଏକନାଥ ଶିନ୍ଦେଙ୍କ ଶିବସେନା ପ୍ରାର୍ଥୀ ରାଜଶ୍ରୀ ପାଟିଲ୍ଙ୍କ ପାଇଁ ପ୍ରଚାର କରିବା ପାଇଁ ୟୁବତମାଲ୍ ଯାଇଥିଲେ। ସେ ରାଲିକୁ ସମ୍ବୋଧନ କରିବା ମଝିରେ ହିଁ ଅଚେତ ହୋଇପଡ଼ିଥିଲେ।
ମହାରାଷ୍ଟ୍ରର ୟବତମାଲ ସହ ବୁଲଧାନା, ଅକୋଲା, ଅମରାବତୀ, ୱାର୍ଦ୍ଧା, ହିଙ୍ଗୋଳି, ନାନ୍ଦେଡ ଏବଂ ପରଭାନୀରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ ୨୬ ତାରିଖରେ ଶୁକ୍ରବାର ଏଠାରେ ଭୋଟ୍ ପଡ଼ିବ।
ସୁସ୍ଥ ହେବା ପରେ ଏକ୍ସରେ ପୋଷ୍ଟ କରି ନିଜର ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି ନୀତିନ ଗଡ଼କରୀ। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ମହାରାଷ୍ଟ୍ର ପୁସାଦର ରାଲି ବେଳେ ଅତ୍ୟଧିକ ଗରମ ଯୋଗୁ ମୋତେ ଅସହଜ ଅନୁଭବ ହୋଇଥିଲା। କିନ୍ତୁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏବଂ ପରବିର୍ତ୍ତି ବୈଠକରେ ଯୋଗ ଦେବାକୁ ବରୁଦ ଗସ୍ତ କରୁଛି। ଆପମାନଙ୍କର ଭଲପାଇବା ଓ ଶୁଭକାମନା ପାଇଁ ଅଶେଷ ଧନ୍ୟବାଦ।”