ଦଳୀୟ କର୍ମୀଙ୍କୁ ଭେଟିବାକୁ ଆସୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ କାର୍କେଡ୍ ଉପରକୁ ଆକ୍ରମଣ

Published By : Prameya-News7 Bureau | February 25, 2023 IST

କୋଲକାତା: କେନ୍ଦ୍ରମନ୍ତ୍ରୀ ନୀତୀଶ ପ୍ରାମାଣିକଙ୍କ କାର୍କେଡ୍ ଉପରେ ଟାର୍ଗେଟ୍। ଶନିବାର ପଶ୍ଚିମବଙ୍ଗ କୁଚ ବିହାର ଠାରେ ମନ୍ତ୍ରୀଙ୍କ କାର୍କେଡ୍‌ ଉପରକୁ ଆକ୍ରମଣ କରାଯାଇଛି। ତୃଣମୁଳ କଂଗ୍ରେସର ସମର୍ଥନକାରୀ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ନୀତୀଶ ପ୍ରାମାଣିକ ବର୍ତ୍ତମାନ ଗୃହ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ସେ କୁଚବିହାରର ଦିନହାଟ ଏରିଆରେ ଦଳୀୟ କର୍ମୀଙ୍କୁ ଭେଟିବାକୁ ଆସୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଗୁଣ୍ଡାମାନେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟେକାପଥର ମାଡ଼ କରି ଗାଡ଼ିର କାଚ ଭାଙ୍ଗି ଦେଇଛନ୍ତି। ଏଥିସହିତ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିବା କୁହାଯାଉଛି।

ଏହି ଘଟଣା ପରେ ବିଜେପି ସମର୍ଥିତ କିଛି ଲୋକ ଆସି ଦଳୀୟ ପତାକା ଓ ବାଡ଼ି ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

wp:html /wp:html

ମନ୍ତ୍ରୀଙ୍କ କାର୍କେଡ୍ ଉପରକୁ ଆକ୍ରମଣ ପରେ ବିଜେପି ସମର୍ଥକମାନେ ଘଟଣା ସ୍ଥଳରେ ବାଡ଼ି ଓ ବିଜେପି ପତାକା ଧରି ଜୟ ଶ୍ରୀ ରାମ ନାରା ଲଗାଇଥିଲେ। ଏହାପରେ ମନ୍ତ୍ରୀ ଗାଡ଼ି ଭିତରୁ ବାହାରି ଦଳୀୟ କର୍ମୀଙ୍କୁ ଶାନ୍ତ କରାଉଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଟିଏମ୍‌ସି ସମର୍ଥକ ଅନ୍ୟପଟେ ବିଜେପି ସମର୍ଥକ ଠେଙ୍ଗାବାଡ଼ି ଧରି ମହୁଁ ମୁହିଁ ସ୍ଥିତିରେ ଥିବା ବେଳେ ଉଭୟ ଗୋଷ୍ଠୀକୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲେ ପୁଲିସ ଓ ସୁରକ୍ଷାକର୍ମୀ।

ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ନୀତୀଶ ପ୍ରାମାଣିକ ଟିଏମ୍‌ସିକୁ ଦାୟୀ କରିଛି। ଟିଏମ୍‌ସି ହିଁ ଏହି ଗୁଣ୍ଡାମାନଙ୍କୁ ଆଶ୍ରୟ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି "ଯଦି ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାର୍‌କୁ ଏଭଳି ଭାବରେ ଆକ୍ରମଣ କରାଯାଏ, ତେବେ ଏ ରାଜ୍ୟରେ ସାଧାରାଣ ଲୋକର ସୁରକ୍ଷା ବିଷୟରେ ଥରେ ଭାବନ୍ତୁ।" ରାଜ୍ୟପାଳ ରାଜ୍ୟରେ ଧାରା ୩୫୫ ଲାଗୁ କରିବା ଦରକାର ବୋଲି ବେଙ୍ଗଲ ବିଜେପି ପ୍ରବକ୍ତା ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି।

ଅନ୍ୟପଟେ ଟିଏମ୍‌ସି ନେତା ଜୟପ୍ରକାଶ ମଜମୁଦାର ମଧ୍ୟ ବିଜେପିକୁ ପାଲଟା ଜବାବ ଦେଇଛନ୍ତି। ଦିଲ୍ଲୀପ ଘୋଷ ଓ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ଲୋକେ ଦଳୀୟ ୱାର୍କରୁ ଉସ୍‌କାଇ ରାଜ୍ୟରେ ଶାନ୍ତି ଭଙ୍ଗ କରୁଛନ୍ତି। ଏହି ନେତାମାନଙ୍କ ଉପରେ ଆଗ କାର୍ଯ୍ୟାନୁଷ୍ଠାନ ହେବ ଦରକାର ବୋଲି ଜୟପ୍ରକାଶ କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.