କେନ୍ଦ୍ରାପଡାରେ କେନ୍ଦ୍ର ମନ୍ତ୍ରୀ ନିଶିଥ ପରମାଣିକ, କେନ୍ଦ୍ର ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ଉପରେ କଲେ ଆଲୋଚନା

Published By : Prameya-News7 Bureau | September 10, 2022 IST

କେନ୍ଦ୍ରାପଡା: ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି l କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଭେଟିବା ସହିତ ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାର ଯଥାର୍ଥ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ l

ଏହି ଅବସରରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କେନ୍ଦ୍ର ମନ୍ତ୍ରୀ ନିଶିଥ ପରମାଣିକ କେନ୍ଦ୍ର ସରକାରଙ୍କ ବିଭିନ୍ନ୍ ଯୋଜନାରେ କାର୍ଯ୍ୟକାରିତା ଏବଂ ହିତାଧିକାରୀଙ୍କ ସନ୍ତୁଷ୍ଟି କୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l  ଦିନମାନର ବିଭିନ୍ନ କାର୍ଯ୍ୟକ୍ରମରେ  ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା, ବିଷ୍ଣୁ ଦାସ ପ୍ରମୁଖ ଯୋଗଦେଇ ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.