oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ହସ୍ପିଟାଲରୁ ଡିଶ୍ଚାର୍ଜ ହେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ, ମୁଣ୍ଡବୁଲାଇବାରୁ ପଡିଯାଇଥିଲେ

1/11/2021 at 9:41 PM

ଗୋଆ ୧।୧୧: କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ସୋମବାର ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରୁ ଡିଶ୍ଚାର୍ଜ କରାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ନାୟକ ରବିବାର ସକାଳେ ମୁଣ୍ଡ ବୁଲାଇ ପଡି ଯାଇଥିଲେ। ଏଣୁ ତାଙ୍କୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ଆଡମିଶନ ବେଳେ ତାଙ୍କ ରକ୍ତଚାପ ବଢ଼ି ରହିଥିବା ଜଣାପଡିଥିଲା। ଡାକ୍ତରମାନେ ତାଙ୍କର ତୁରନ୍ତ ଚିକିତ୍ସା କରିବା ସହ ୨୪ ଘଣ୍ଟା ଅବଜରଭେସନରେ ରଖିଥିଲେ।

ତେବେ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବା ସହ ଅବଜରଭେସନ ଅବଧିରେ ତାଙ୍କଠାରେ କୌଣସି ଶାରୀରିକ ବିଲକ୍ଷଣ ଦେଖା ଦେଇନାହିଁ। ଏଣୁ ତାଙ୍କୁ ସୋମବାର ହସ୍ପିଟାଲରୁ ଛାଡି ଦିଆଯାଇଥିବା ଡିନ ଡା.ଶିବାନନ୍ଦ ବାନ୍ଦେକର କହିଛନ୍ତି। ଡା.ବାନ୍ଦେକରଙ୍କ ଅନୁସାରେ ନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅନ୍ୟ ମାନକଗୁଡିକ ଠିକଠାକ ଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ଡିଶ୍ଚାର୍ଜ ଦିଆଯାଇଛି।

ଉତ୍ତର ଗୋଆରୁ ଭାରତୀୟ ଜନତାପାର୍ଟି ସାଂସଦ ନାୟକ(୬୯)ଟ୍ରାଞ୍ଜିଟ ସ୍କେମିକ୍ ଆଟାକ (ଟିଆଇଏ)ର ଶିକାର ହୋଇଥିବାର ଡା. ବାନ୍ଦେକର କହିଛନ୍ତି। ସାଧାରଣତଃ ଏହି ବୟସରେ ଏପରି ହେବା ସ୍ୱଭାବିକ ବୋଲି ସେ କହିଛନ୍ତି।  ଟିଆଇଏ ଆଟାକ୍‌ ମସ୍ତିଷ୍କ ପର୍ଯ୍ୟନ୍ତ ସାମୟିକ ରକ୍ତପ୍ରବାହ ବାଧିତ କରିଥାଏ। ତାଙ୍କୁ ଏବେ ହସ୍ପିଟାଲରୁ ଯିବାକୁ ଦିଆଯାଇଛି। ତେବେ ଘରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯିବ। ନାୟକ ହସ୍ପିଟାଲରେ ଥିବା ବେଳେ ରବିବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଗଡକରୀ ଏବେ ଦୁଇ ଦିବସୀୟ ଗୋଆ ଗସ୍ତରେ ଅଛନ୍ତି।

   Related Posts