LPG କେୱାଇସି ନିମନ୍ତେ ହୁଅନ୍ତୁନି ବ୍ୟସ୍ତ, ପେଟ୍ରୋଲିୟମ ମନ୍ତ୍ରୀଙ୍କ ବଡ଼ ଘୋଷଣା

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ ୯।୭: ଅୟେଲ ମାର୍କେଟିଂ କମ୍ପାନୀମାନେ ଏଲପିଜି ଗ୍ରାହକଙ୍କ ନିମନ୍ତେ ଇ-କେୱାଇସି ଲାଗୁ କରିଛନ୍ତି। ଇ-କେୱାଇସି ଅନିବାର୍ଯ୍ୟ ହେବା ପରଠାରୁ ଗ୍ୟାସ୍ ଏଜେନ୍ସୀମାନଙ୍କରେ ଗ୍ରାହକଙ୍କ ଲମ୍ବାଧାଡି ଲାଗୁଛି। ଗ୍ରାହକ ଏଥି ପାଇଁ ଭୋଗୁଥିବା ସମସ୍ୟାକୁ ନେଇ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଭି.ଡି.ସତିସନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏକ ପତ୍ର ଲେଖିଥିଲେ। ଏବେ କେନ୍ଦ୍ର ମନ୍ତ୍ରୀ ସତିସନଙ୍କ ପତ୍ରର ଜବାବ ଦେଇଛନ୍ତି। 


ସତିସନ ତାଙ୍କ ପତ୍ରରେ ଆଗ୍ରହ କରିଥିଲେ ଯେ ଏହି ଅସୁବିଧାକୁ ଦୂର କରନ୍ତୁ, କାରଣ ଗ୍ରାହକଙ୍କୁ ସମସ୍ୟା ହେଉଛି। ଏହି ପତ୍ର ପାଇବା ପରେ ହରଦୀପ ସିଂହପୁରୀ ଏଲପିଜି ଗ୍ରାହକଙ୍କୁ ଆଶ୍ୱସ୍ତ କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସତିସନଙ୍କ ପତ୍ରର ଜବାବ ଦେଇଛନ୍ତି। ପୁରୀ କହିଛନ୍ତି ଯେ ଫେକ୍ କଷ୍ଟମରଙ୍କୁ ସମାପ୍ତ କରିବାକୁ ଓ କମର୍ସିଆଲ ଗ୍ୟାସ ସିଲିଣ୍ଡରର ନକଲୀ ବୁକିଂ ଉପରେ ଅଂକୁଶ କଷିବାକୁ ଅୟେଲ ମାର୍କେଟିଂ କମ୍ପାନୀମାନେ ଇ-କେୱାଇସି ଲାଗୁ କରିଛନ୍ତି। 

ଇ-କେୱାଇସି ପ୍ରୋସେସିଂ ଗତ ୮ ମାସରୁ ବି ଅଧିକ ସମୟ ହେଲା ଚାଲିଛି। ପୁରୀ ସ୍ପଷ୍ଟ ରୂପେ କହିଛନ୍ତି ଯେ ଇ-କେୱାଇସି କମ୍ପ୍ଲିଟ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ। ଏହାର ଅର୍ଥ ଗ୍ରାହକଙ୍କୁ ଏଲପିଜି ଇ-କେୱାଇସି କରିବାକୁ ଏତେ ବ୍ୟସ୍ତ ହେବାର ନାହିଁ। ପୁରୀ କହିଛନ୍ତି ଯେ ଇ-କେୱାଇସି କରିବାର ଉଦ୍ଦେଶ୍ୟ ହେଉଛି କେବଳ ଅସଲି ଗ୍ରାହକଙ୍କୁ ହିଁ ଗ୍ୟାସ୍ ମିଳୁ। ଯେଉଁ ଗ୍ୟାସ ଉପଭୋକ୍ତା ନାହାନ୍ତି ଓ ତାଙ୍କ ନାମରେ ଗ୍ୟାସ ବିକ୍ରି ଜାରି ରହିଛି ଏଥିରୁ ତାହା ବାଦ ପଡିଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.