Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁର ଘଟଣାକୁ ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ, କହିଲେ ଯାହା ଘଟିଛି ତାହା ଅଭାବନୀୟ

13/04/2023 at 3:24 PM

ଭୁବନେଶ୍ୱର ୧୩/୦୪: ସମ୍ବଲପୁର ଘଟଣାକୁ ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଗତକାଲି ଯାହା ଘଟିଛି ତାହା ଅଭାବନୀୟ ଘଟଣା । ‘କାଲିର ଘଟଣାରେ ପୋଲିସ, ସାଧାରଣ ଲୋକ ଆହତ ହୋଇଛନ୍ତି । ପୂର୍ବରୁ କହିଥିଲି ରାଜ୍ୟରେ ଆଇନଶୃଙ୍ଖଳା ଠିକ ନାହିଁ, ଏହା ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେଉଁଠି କିଛି ଗଣ୍ଡଗୋଳ ହୋଇଛି, ପୋଲିସ ପ୍ରଶାସନ ସାଙ୍ଗେ ସାଙ୍ଗେ ପଦକ୍ଷେପ ନେଇଛି l ୧୪୪ ଧାରା ଜାରି କରାଯାଇଛି l କିଛି ଇଣ୍ଟେଲିଜେନ୍ସ ଫେଲୁୟର ହୋଇନି । କିଛି ଅସାମାଜିକ ଲୋକ ଅଛନ୍ତି, ହଠାତ ଗଣ୍ଡଗୋଳ କରନ୍ତି । ସେଥିପାଇଁ ପୋଲିସ ସାଙ୍ଗେ ସାଙ୍ଗେ ପଦକ୍ଷେପ ନେଇଛି । ଯେମିତି କାହାର କିଛି ଧନଜୀବନ କ୍ଷତି ନହେଉ ସେଥିପ୍ରତି ପୋଲିସ ନଜର ରଖି ଉଚିତ ପଦକ୍ଷେପ ନେଇଛି ।

   Related Posts