Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଗସ୍ତ, ସରକାରଙ୍କ ବିଭିନ୍ନ ଉପଲବ୍ଧିର ଦେଲେ ହିସାବ

10/06/2023 at 5:40 PM

ଦେବଗଡ଼: ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଦେବଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଲୋକଙ୍କୁ ଭେଟିବା ସହ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ପୂର୍ବାହ୍ନ ୧୨ଟାରେ ଦେବଗଡ଼ ସହରରେ ପହଞ୍ଚିବା ପରେ ସର୍କିଟ ହାଉସ୍ ଠାରେ ଦଳୀୟ କର୍ମୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ପରେ ଦେବଗଡ ପ୍ରଧାନପାଟ ଜଳପ୍ରପାତ ନିକଟରେ ଥିବା ବଡବଗିଚାଠାରେ ଆୟୋଜିତ ସାଧାରଣ ସଭାରେ ଲୋକମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ ଗତ ନଅ ବର୍ଷ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧିର ହିସାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ନଅ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତାମାନେ ସରକାରଙ୍କ ଉପଲବ୍ଧି ଲୋକଙ୍କ ସାମ୍ନାରେ ରଖୁଛନ୍ତି । ଏହି ଅବସରରେ ଶନିବାର ଦେବଗଡ ସହରର ବଡବଗିଚା ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ପାନୀୟ ଜଳ, ରାସ୍ତା ଘାଟ ଭଳି ମୌଳିକ ସୁବିଧା ସୁଯୋଗ  ପାଇଁ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସେ ଗୋଟି ଗୋଟି କରି ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ ।

ଏହି ଗରିବ କଲ୍ୟାଣ ସମାବେଶରେ ଦେବଗଡ ଜିଲ୍ଲାର ୭୦ଟି ପଞ୍ଚାୟତ ଓ ଦେବଗଡ ପୌରାଞ୍ଚଳର ଜନସାଧାରଣ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଙ୍କ ଉଦବୋଧନରେ ଦଳୀୟ କର୍ମୀ ଓ ନେତା ବେଶ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଙ୍କ ନଅ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ,  ଦେବଗଡ଼ ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ ବିଜେପି ନେତା ଯୋଗ ଦେଇଥିଲେ। ଦେବଗଡ କାର୍ଯ୍ୟକ୍ରମ ପରେ ପରେ ମନ୍ତ୍ରୀ ସମ୍ବଲପୁର ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ।

ଏ ଖବର ପଢନ୍ତୁ- କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସାମନ୍ତବାଦୀ ମାନସିକତାର ପ୍ରତିଫଳନ: ଧର୍ମେନ୍ଦ୍ର ପ୍ରଧାନ

   Related Posts