କରୋନା ବିରୋଧୀ ଲଢେଇରେ ଏକଜୁଟ ହେବାକୁ ଆହ୍ୱାନ କଲେ ଧର୍ମେନ୍ଦ୍ର, ସରକାରଙ୍କ ବିଭିନ୍ନ ସହାୟତା ନେଇ ରଖିଲେ ତଥ୍ୟ
4/05/2020 at 3:40 PM

ନୂଆଦିଲ୍ଲୀ ୦୪।୦୫: ଆଜି ଫେସବୁକ ଲାଇଭ ଜରିଆରେ ଲୋକଙ୍କୁ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ବର୍ତ୍ତମାନର ସମୟ ହେଉଛି ଆହ୍ୱାନପୂର୍ଣ୍ଣ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କରୋନା ବିରୋଧୀ ଲଢ଼େଇରେ ଭାରତର ଲୋକ ଏକଜୁଟ ହୋଇଛନ୍ତି ।
ରାଜ୍ୟରେ ଥିବା ଭାଇଭଉଣୀଙ୍କୁ ନିବେଦନ ଆପଣମାନେ ମଧ୍ୟ ସହଯୋଗର ହାତ ବଢ଼ାନ୍ତୁ । ଆମେ ସମସ୍ତେ ମିଳିମିଶି ଏହି ସଙ୍କଟର ମୁକାବିଲା କରିବା । ଆସନ୍ତୁ ସମସ୍ତ ନକାରାତ୍ମକ କାରଣ, ଚିନ୍ତାଧାରା ଏବଂ ଦୃଷ୍ଟିକୋଣକୁ ପ୍ରତ୍ୟାହାର କରିବା । ଏକ ସକରାତ୍ମକ ମନୋଭାବ ସହିତ ଆଗକୁ ବଢ଼ିବା। ସେହିପରି କେନ୍ଦ୍ର ସରକାର ଲୋକଙ୍କୁ ସହାୟତାର ହାତ ବଢ଼ାଇଥିବା କଥା ମଧ୍ୟ କହିଛନ୍ତି ।
ଗତ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜଳା ଯୋଜନାରେ ୪ କୋଟି ୫୦ ଲକ୍ଷ ଲୋକଙ୍କୁ ମାଗଣା LPG ସିଲିଣ୍ଡର ପ୍ରଦାନ କରାଯାଇଛି । ଯାହା ଦେଶବାସୀଙ୍କ ପାଇଁ ଲକଡାଉନ ସମୟରେ ଏକ ବଡ଼ ରିହାତି । ଉଜ୍ଜଳା ହିତାଧିକାରୀଙ୍କୁ ୩ଟି ମାଗଣା ଏଲପିଜି ସିଲିଣ୍ଡର, ମହିଳା ଜନ ଧନ ଆକାଉଣ୍ଟଧାରୀଙ୍କୁ ୫୦୦ ଟଙ୍କା, ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୧ହଜାର ସହାୟତା, ମାସରେ ୫ କେଜି ଚାଉଳ ୧ କେଜି ଡାଲି ଇତ୍ୟାଦି ପ୍ରଦାନ କରାଯାଉଛି।