Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

16/03/2023 at 10:56 AM

ଭୁବନେଶ୍ବର ୧୬।୩: ରାଜ୍ୟରେ ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗୁରୁତ୍ୱର ସହ ନିଅନ୍ତୁ । ମୁଖ୍ୟମନ୍ତ୍ରୀ ନିଜ ଉପସ୍ଥିତ ରହି ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଥିଲା । ଏ ଖବର ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁମାନେ ଦଣ୍ଡବତ ଯାତ୍ରା  କରିଥିଲେ  । ଡ୍ରାଇଭର ବନ୍ଧୁ ମାନଙ୍କର ସମାଜରେ ଗୋଟିଏ  ଗୁରୁତ୍ୱପୂର୍ଣ୍ଣ  ଭୂମିକା ରହିଛି ଓ ରହିବ  ମଧ୍ୟ । ରାଜ୍ୟ ସରକାର ଡ୍ରାଇଭରମାନଙ୍କ ସହ ଆଲୋଚନା ନ କରି ରାସ୍ତା ବାହାର ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

   Related Posts