କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ, କଟକ-ସମ୍ବଲପୁର ରାଜପଥ ଅଗ୍ରଗତିର କଲେ ସମୀକ୍ଷା
27/07/2023 at 3:29 PM

ଭୁବନେଶ୍ବର ୨୭।୭: ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ-ସମ୍ବଲପୁର ରାଜପଥର ଅଗ୍ରଗତି ନେଇ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି । ଡୁବୁରୀରୁ ବଲ୍ଲହର ପର୍ଯ୍ୟନ୍ତ, ଭୁବନରୁ କାମାକ୍ଷା ପର୍ଯ୍ୟନ୍ତ ଆସୁଥିବା ରାସ୍ତା ଉପରେ ମଧ୍ୟ ସମୀକ୍ଷା କରିଥିବା ସେ କହିଛନ୍ତି । କ୍ୟାପିଟାଲ ରିଂ ରୋଡ଼, ସମ୍ବଲପୁର ରିଂ ରୋଡ଼ ସଂପର୍କରେ ଆଲୋଚନା ହୋଇଛି ।
ଏହା ସହିତ କୋଷ୍ଟଲ ରାଜପଥ ନେଇ ମଧ୍ୟ ଆଲୋଚନା ହୋଇଥିବା ସେ କହିଛନ୍ତି । ଏହା ସହିତ ରାଜପଥ ଗୁଡିକର ପରିବେଶ, ଟେକ୍ନିକାଲ ବିଷୟ ଗୁଡିକ ଉପରେ ଆଲୋଚନା ହୋଇଛି । ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ଅନେକ କାମ ହୋଇଛି । ଏଥିରେ କିପରି ଆହୁରି ଗତି ଆସିବ ସେ ନେଇ ଆଲୋଚନା ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଗଡ଼କରୀ ପ୍ରକଳ୍ପ ଗୁଡିକ ଖୁବ୍ ଶୀଘ୍ର ସରିବା ନେଇ ଆଶ୍ୱସ୍ତ କରିଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
You Can Read :