ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁ ଉତ୍ପାଦନ ହେବ ବାୟୋଡିଜେଲ : ଧର୍ମେନ୍ଦ୍ର ପ୍ରଧାନ

26/11/2019 at 12:01 PM

ନୂଆଦିଲ୍ଲୀ ୨୬।୧୧: ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ (ଇଓଆଇ) ପ୍ରଦାନ କରାଯାଇଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବାୟୋଡିଜେଲକୁ ପ୍ରୋତ୍ସାହନ ଦେବା ପାଇଁ ତୈଳ ବିପଣନ କମ୍ପାନୀମାନେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ବାହାର କରିବା ଲାଗି ଦେଶର ୧୦୦ଟି ସ୍ଥାନ ଚିହ୍ନଟ ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଂଖ୍ୟାକୁ ୨୦୦ ସ୍ଥାନକୁ ବୃଦ୍ଧି କରାଯାଇଛି। ଏଥିପାଇଁ ବାୟୋଡିଜେଲର ମୂଲ୍ୟ କ୍ରମାଗତ ୩ ବର୍ଷ ପାଇଁ ସ୍ଥିର ହୋଇଛି।

ପ୍ରଥମ ବର୍ଷ ପାଇଁ ଲିଟର ପ୍ରତି ୫୧ ଟଙ୍କା, ଦ୍ବିତୀୟ ବର୍ଷ ପାଇଁ ୫୨ ଟଙ୍କା ୭ ପଇସା ଓ ତୃତୀୟ ବର୍ଷ ପାଇଁ ଯଥାକ୍ରମେ ୫୪ ଟଙ୍କା ୫ ପଇସା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମୂଲ୍ୟରେ ଅତିରିକ୍ତ ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଲାଗିବ। ଓଡ଼ିଶାର ୫ଟି ଜାଗା ସମେତ ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକାଧିକ ଏହିପରି ପ୍ରକଳ୍ପ ସ୍ଥାପନା କରାଯିବ ।

   Related Posts