ଭୁବନେଶ୍ୱର ୧୭।୧୧: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ତୃତୀୟ ଅଡିଟ୍ ଦିବସ ସମାରୋହ’ ଅବସରରେ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ସମ୍ମାନିତ କରୁଥିବାର ଏକ ଫଟୋ ସେୟାର କରି ଖୁସି ପ୍ରକାଶ କରିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଦୁଇ ଜଣ ସୁଯୋଗ୍ୟ ସନ୍ତାନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଭାରତର ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପାଇଁ ଓଡ଼ିଆ ଭାବେ ଆମେ ଗର୍ବିତ । ଏହା ଆମର ଗଣତନ୍ତ୍ର, ଜନଜାତି ଓ ବଞ୍ଚିତ ବର୍ଗଙ୍କ ପାଇଁ ବଡ଼ ସମ୍ମାନ । ଏହି ଦୁଇ ବ୍ୟକ୍ତିବିଶେଷ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନର ଅନନ୍ୟ ପରିଚୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
You Can Read :
wp:embed {"url":"https://www.prameyanews7.com/miscreants-looted-elderly-couple-in-bhubanewar/","type":"wp-embed","providerNameSlug":"prameya-news-7"} /wp:embed