ଭୁବନେଶ୍ବର ୨୨।୭: ଏଣିକି CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ । ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା । ଏବେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯାଇପାରିବ । ଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପାଠକୁ ବୁଝି ପାରିବେ ।
wp:embed {"url":"https://www.prameyanews7.com/cbse-12th-toppers-were-fecilated-by-prameya-and-news7/","type":"wp-embed","providerNameSlug":"prameya-news-7"} /wp:embedଏନେଇ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଯିଏ ଚାହିଁବ, ଆଞ୍ଚଳିକ ଭାଷାରେ ପାଠ ପଢ଼ିପାରିବ । ସ୍କୁଲଗୁଡ଼ିକ ଧୀରେ ଧୀରେ ଏ ବ୍ୟବସ୍ଥାକୁ ଆପଣେଇବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
wp:html /wp:htmlସେପଟେ CBSE ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠ ପଢାହେବା ନେଇ ସର୍କୁଲାର ଜାରି ପରେ ଝାରସୁଗୁଡାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଖୁସି ପ୍ରକାଶ କରିଛନ୍ତି । ପୂର୍ବରୁ ଇଂଲିଶ ବା ହିନ୍ଦୀରେ ବୁଝିବା ପାଇଁ ସାମାନ୍ୟ ଅସୁବିଧା ହେଉଥିବା ବେଳେ ଏବେ ମାତୃଭାଷାରେ ପଢିଲେ ବୁଝିବାକୁ ଅସୁବିଧା ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଆଞ୍ଚଳିକ ଭାଷାର ଗୁରୁତ୍ୱ ଏହି ପଦକ୍ଷେପ ଦ୍ୱାରା ବଢ଼ିପାରିବ । ତେଣୁ ଏହାକୁ ଅଭିଭାବକମାନେ ସ୍ୱାଗତ କରିଛନ୍ତି ।
You Can Read :
wp:embed {"url":"https://www.prameyanews7.com/aiims-executive-director-reaction-on-bahanaga-tragedy/","type":"wp-embed","providerNameSlug":"prameya-news-7"} /wp:embed