ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
3/10/2020 at 8:31 PM

ଭୁବନେଶ୍ବର୩/୧୦: ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ଏସସିବି ମେଡିକାଲରେ ସେ ପ୍ଲାଜମା ଦାନ କରିଛନ୍ତି । ସାରା ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସୁସ୍ଥ ହେଉଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରୁଛନ୍ତି । ବିଭିନ୍ନ ନେତା ଓ ମନ୍ତ୍ରୀମାନେ ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି ।
Related Posts
ଜେଲ୍ରୁ ମୁକୁଳିବେ ଅର୍ଚ୍ଚନା ନାଗ ! ଇଡି ମାମଲାରେ ମିଳିଲା ଜାମିନ
4 December 2023
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023